ମିଥ୍ୟା ବିଲ୍ କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଚାପ ନ ମାନିବାରୁ ନିର୍ବାହୀ ଅଧିକାରୀଙ୍କ ହତ୍ୟା ଧମକ

ବେଲଗୁଣ୍ଠା, (ଶିବରାମ ଚୌଧୁରୀ): ଦୁର୍ନୀତି ଘେରରେ ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ।ରାତି ପାହିଲେ ହେଉଛି ମିଥ୍ୟା ବିଲ୍ । ଆଲୋକୀକରଣ , ଡ୍ରେନ,ରାସ୍ତା ନିର୍ମାଣ,ପୋଖରୀ ପୁନରୁଦ୍ଧାର, ସଫେଇ ଏହିପରି ବିଭିନ୍ନ ବିକାଶ ମୁଳକ କାର୍ଯ୍ୟରେ ସରକାର ଲକ୍ଷ ଲକ୍ଷ ଟଙ୍କା ଅନୁମୋଦନ କରୁଥିବା ବେଳେ ବେଲଗୁଣ୍ଠା ଏହାର ସଠିକ।ରୂପାୟନ ହେବା ବଦଳରେ ହେଉଛି ଖାଲି ଦୁର୍ନୀତି ।କରୋନା ପାଇଁ ଫ୍ରି କିଚେନ୍,ଗାଈଗୋରୁଙ୍କ ଖାଦ୍ୟ, ସଙ୍ଗରୋଧ କେନ୍ଦ୍ରର ପୁନରୁଦ୍ଧାର ଆଦିପାଇଁ ଆସୁଥିବା ଲକ୍ଷ ଲକ୍ଷ ଟଙ୍କା ଦୁର୍ନୀତି ହୋଇଆସୁଥିବା ବେଳେ କାର୍ଯ୍ୟାନୁଷ୍ଠାନ ନେବା ତ ଦୂରର କଥା ତଦନ୍ତ ବି ହେଉନାହିଁ ।ଯିଏ ଯାହା ଭାଗ ନେଇ ସମସ୍ତେ ହାତବାନ୍ଧି ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।ଆଜି ପୁଣି ଏକ ସଙ୍ଗୀନ ମାମଲା ଆସିଛି।କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ୍ ତ୍ରିପାଠୀଙ୍କ ନାମରେ ।ଅଭିଯୋଗ କରିଛନ୍ତି ଏନ୍.ଏ.ସିର କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା । ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ମରାମତି କରା ନ ଯାଇ ପ୍ରାୟ ୬ ଲକ୍ଷ ଟଙ୍କାର ମିଥ୍ୟା ବିଲ୍ କରିବାପାଇଁ ଚାପ ପକାଇ ଆସଥିଲେ ।ଆଜି ସେ ମିଥ୍ୟା ବିଲ୍ କରିବା ପାଇଁ ମନା କରିବାରୁ ତାଙ୍କୁ ନିର୍ବାହୀ ଅଧିକାରୀ ନିଜ ପ୍ରକୋଷ୍ଠକୁ ଡାକି ହତ୍ୟା ଧମକ ଦେଇଥିବା ନେଇ ଯନ୍ତ୍ରୀ ଜଣଙ୍କ।ପୋଲିସ ର ଦ୍ୱାରସ୍ଥ ହୋଇଛନ୍ତି ।ଶ୍ରୀ ଜେନା ଦେଇଥିବା ଏତାଲା ପ୍ରକାରେ ସେ ଆଠ ମାସ ପୁର୍ବେ କନିଷ୍ଠ ଯନ୍ତ୍ରୀ ଭାବେ ବେଲଗୁଣ୍ଠା ଏନ୍.ଏ.ସି ରେ ଯୋଗ ଦେଇଥିଲେ ।ସେ ଯୋଗ ଦେବା ପରେ ତାଙ୍କୁ ବାରମ୍ବାର ମିଥ୍ୟା ବିଲ୍ କରିବା ପାଇଁ ଚାପ ପକାଇ ଆସୁଥିଲେ ।ଆଜି ସକାଳ ପ୍ରାୟ ୧୦ ଘଣ୍ଟା ସମୟରେ ନିଜ ପ୍ରକୋଷ୍ଠକୁ ଡାକି ସ୍ଥାନୀୟ ଏକ ଠିକାଦାର ଙ୍କ ନାମରେ ମିଥ୍ୟା ବିଲ୍ କରିବା ପାଇଁ ଚାପ ପକାଇଲେ ।ସେ ମନା କରିବାରୁ ତାଙ୍କୁ ମାଁ,ଭଉଣୀ ଙ୍କୁ ଲଗାଇ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ଦେଇଥିଲେ ।ତମେ ଅଲଗା ଜିଲ୍ଲାରୁ ଆସିଛ ଏଠି ଆମର ତମେ।କିଛି କରିପାରିବ ନାହିଁ ।ଆମେ ଅସାମାଜିକ ଯୁବକ ଲଗେଇ ତମକୁ ମର୍ଡର କରିଦେବୁ ।ଏହା ଶୁଣି ଯନ୍ତ୍ରୀ ଶ୍ରୀ ଜେନା ଭୟଭୀତ ହୋଇ ଥାନାର ଦ୍ୱାରସ୍ଥ ହୋଇଥିବା ସହ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଛି ଏବଂ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ତାଙ୍କୁ ସୁରକ୍ଷା ଯୋଗାଇ ଦେବା ପାଇଁ ଅନୁରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ