ମିନତୀଙ୍କୁ ଶ୍ରେଷ୍ଠ ସଂଯୋଜିକା ସମ୍ମାନ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ସାହିତ୍ୟିକା,ସୁନାମଧନ୍ୟା ସଂଯୋଜିକା ତଥା ସମାଜସେବିକା ମିନତୀ ବେହେରାଙ୍କୁ ପେଟ ଉପନ୍ୟାସ ତରଫରୁ ଶ୍ରେଷ୍ଠ ସଂଯୋଜିକା ସମ୍ମାନ ୨୦୨୧ ରେ ସମ୍ମାନିତ କରାଯାଇଛି । ଶ୍ରୀମତୀ ବେହେରା ଓଡ଼ିଶାର ଜଣେ ସୁନାମଧନ୍ୟା କାର୍ଯ୍ୟକ୍ରମ ଉପସ୍ଥାପିକା ସହିତ ନିଜ ଲେଖନୀ ମାଧ୍ୟମରେ ସମାଜରେ ଏକ ବୈପ୍ଳବିକ ପରିବର୍ତନ ଆଣିବା ପାଇଁ ଚେଷ୍ଟା କରିଆସିଛନ୍ତି । ବିଭିନ୍ନ କାର୍ଯ୍ୟକ୍ରମରେ ନିଖୁଣ ତଥା ବଳିଷ୍ଠ ଉପସ୍ଥାପନା ଶୈଳୀ ବେଶ୍ ଆକର୍ଷଣୀୟ ତଥା ରୁଚିକର ହୋଇପାରିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ଥିବାରୁ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ମୁଖପାତ୍ର ତଥା ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଓ ରମେଶ କୁମାର ମହାପାତ୍ର ତାଙ୍କ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି ।


