ମିନିବସ ଆସୋସିଏସନ ପକ୍ଷରୁ ସଚେତନ

ଯାଜପୁର : କୋରୋନା ସଂକ୍ରମଣ ପାଇଁ ସବୁଆଡେ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି । ଯାଜପୁର ବସଷ୍ଟାଣ୍ଡ ଅଂଚଳରେ ମିନିବସ ଆସୋସିଏସନ ପକ୍ଷରୁ ସଚେତନ କରାଯାଇଛି । ପ୍ରତ୍ୟେକ ବସ କେବଳ ଯାତ୍ରୀ ମାନଙ୍କୁ ସିଟ୍ ନେବାକୁ ପରାମର୍ଶ ଦିଆଯାଇଛି । ବସ ରେ ଯେଭଳି କୌଣସି ଭିଡ ନହୁଏ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଛି । ବସଷ୍ଟାଣ୍ଡକୁ ଆସୁଥିବା ଯାତ୍ରୀ ମାନେ ଭଲ ଭାବେ ହାତ ଧୋଇବା ପାଇଁ ପରାମର୍ଶ ଦିଆଯାଇଛି । ଆସୋସିଏସନର ସଭାପତି କର୍ଣାଟକେଶରି ଦାସଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ କୋରେନା ସଂକ୍ରମଣ କୁ ପ୍ରତିରୋଧ କରିବା ପାଇଁ ରାସାୟନିକ ସିଂଚନ କରାଯାଇଥିଲା । ଯଦି କୌଣସି ଗାଡି ଓଭର ଲୋଡିଂ କରୁଥିବା ଦେଖାଯାଏ ଆସୋସିଏସନ ପକ୍ଷରୁ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ