ମିନିଷ୍ଟାଡିୟମ ନିର୍ମାଣରେ ଅନିୟମିତତା ଅଭିଯୋଗ: ଭିଜିଲାନ୍ସ ତଦନ୍ତ ଦାବୀ

 

 

ବାଲେଶ୍ୱର(ଯୁଗାଦ୍ଦ ନ୍ୟୁଜ) : ରାଜ୍ୟ ସରକାର ଖେଳ କୁଦର ବ୍ୟପକ ପ୍ରସାର ପାଇଁ ସ୍କୁଲ, କଲେଜ, ପଂଚାୟତ ମାନଙ୍କରେ ମିନିଷ୍ଟାଡିୟମ, ଛୋଟ ଖେଳ ପଡିଆ ନିର୍ମାଣ ପାଇ ପର୍ଯ୍ୟପ୍ତ ପରିମାଣରେ ଅନୁଦାନ ଦେଉଛନ୍ତି । ନୀଳଗିରି ଭଳି ଅନୁନତ ଅଂଚଳ ପାଇଁ ବହୁ ମିନିଷ୍ଟାଡିୟମର କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଥିଲା ବେଳେ କିଛି କାର୍ଯ୍ୟ ବାକି ଅଛି । ନୀଳଗିରି ଉପଖଣ୍ଡ ଅଧିନସ୍ଥ ଶ୍ୟମସୁନ୍ଦରପୁର ଗ୍ରା.ପ. ସନ୍ତାରାଗଡିଆଠାରେ ମିନିଷ୍ଟାଡିୟମ ହୋଇଛି, ଉକ୍ତ ମିନିଷ୍ଟାଡିୟମ ପାଇଁ ରାଜ୍ୟସରାକର ୨୫ ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍ତି, ଠିକାଦାର ୨୫ ଲକ୍ଷ ଟଙ୍କା ନେଇ କାର୍ଯ୍ୟ ସମାପ୍ତ କରିଥିଲେ ହେଁ ଅତି ନିମ୍ନ ମାନର କାର୍ଯ୍ୟ କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଅଭିଯୋ ଅନୁଯାୟୀ ବାଉଣ୍ଡାରି ତିଆରି କରିବା ପାଇଁ ଯେତିକି ପରିମାଣରେ ବୁରିଂ ହେବା କଥା ହୋଇନାହିଁ, ଆବଶ୍ୟକତା ଠାରୁ କମ ମୋଟେଇ ରର୍ଡ ବ୍ୟବହାର କରାଯାଇଛି, ନିମ୍ନ ମାନର ସମେଂଟ ବ୍ୟବହାର କରାଯାଇଛି । ଗ୍ରେଡବିମରେ ବ୍ୟାପକ ଅନିୟମିତା ହୋଇଥିବା କଥା ଅଭିଯୋଗ ଫର୍ଦରେ ଅଛି । ଏପରିକି ୨୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା କଥା ସରକାରୀ ସ୍ତରରେ କୁହାଯାଉଥିଲେ ର୍ହେ ସରକାରୀ ଯୋଜନାର ପ୍ଲାନ ଏଷ୍ଟିମେଂଟ ଅନୁଯାୟୀ କାର୍ଯ୍ୟ ହୋଇନାହିଁ । ପାଖାପାଖି ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ବୋଲି ଅଭିଯୋଗ ହୋଇଛି । ଏଥିରେ ଜେଇ, ଠିକାଦାର ଓ ରାଜନେତା ମାନେ ନିଜର କ୍ଷମତାକୁ ଲଗାଇ ଛନ୍ତି, ଫଳରେ ଅଭିଯୋଗ ସବୁ ପାଣି ଫଟକା ଭଳି ଲିଭି ଯାଉଛି । ଜିଲ୍ଲାପାଳ ତଦନ୍ତ କରିବା ସହିତ ଭିଜିଲାନ୍ସ ଟିମ ଆସି ତଦନ୍ତ କଲେ ଏହାର ପ୍ରକୃତ ତଥ୍ୟ, ଘୋଟାଲା ହୋଇଛି କି ନାହିଁ ଏବଂ କେତେ ହୋଇଛି ଜଣା ପଡନ୍ତା । ନହେଲେ ଆଗାମୀ ଦିନରେ ଜନ ଆନ୍ଦୋଳନର ପ୍ରାକ ସୂଚନା ମଧ୍ୟ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ