ମିନି ଟ୍ରକ ଓଲଟି ଜଣେ ମୃତ, ପାଞ୍ଚ ଗୁରୁତର
ନୂଆପଡ଼ା: ପୁଣି ରାଜ୍ୟରେ ଦୁର୍ଘଟଣା | ମିନି ଟ୍ରକ ଓଲଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଞ୍ଚ ଜଣ ଗୁରୁତର ଆହତ ହୋଇଛନ୍ତି | ଏପରି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଜୁନାନି ଗାଁ ନିକଟରେ | ମୃତକ ଜଣଙ୍କ ହେଲେ ଅଭିକାନ୍ତ ନାୟକ । ଆହତଙ୍ ମାନେ ହେଲେ କୃଷ୍ଣ ମାଝୀ, କୃଷ୍ଣ ସବର, ରେଙ୍ଗା ମାଝୀ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ବେଳେ ଗାଡିରେ ୨୫ ଜଣ ଦାଦନ ଶ୍ରମିକ ଥିଲେ । ଏମାନଙ୍କୁ କଣ୍ଟାବାଞ୍ଜିକୁ କାମ କରିବାକୁ ନିଆଯାଉଥିଲା । ଉପରପିଟା ଗାଁରୁ କଣ୍ଟାବାଞ୍ଜିକୁ ଶ୍ରମିକମାନେ ମିନିଟ୍ରକ୍ରେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ତେବେ ବାକି କୋଡିଏ ଜଣ ସୁସ୍ଥ ଥିବା ବେଳେ ଅନିୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିବାର ସୂଚନା ମିଳିଛି |