ମିନି ଟ୍ରକ ସହ ୫୦ଟିପିଆଶାଳ କାଠ ଜବତ : ଡ୍ରାଇଭର ସମେତ ୩ ଗିରଫ

ମୋହନା, (ଅଂଶୁମାନ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବନବିଭାଗ ଚଢ଼ାଉ କରି ଏକ ମିନି ଟ୍ରକରୁ ବିପୁଳ ପରିମାଣର ପିଆଶାଳ ସାଇଜ କାଠ ଜବତ କରିବା ସହ ଗାଡି ଚାଳକ ସମେତ ୩ ଜଣଙ୍କୁ ଗିରଫ କରିଛି । ସୂଚନା ପ୍ରକାରେ, ଗଜପତି ଜିଲ୍ଲା ଅଡ଼ବା ଥାନା ହରଭଙ୍ଗି ଡ୍ୟାମ ରାସ୍ତାରେ ମୋହନା ରେଞ୍ଜର କଲ୍ପନା ନାୟକଙ୍କ ନେତୃତ୍ୱରେ ମୋହନା ଓ ଅଡ଼ବା,ନଳାଘାଟ ବନ କର୍ମଚାରୀଙ୍କ ଏକ ଟିମ ବିଳମ୍ବିତ ରାତିରେ ଆଠବଖରା ନିକଟରେ ଚଢ଼ାଉ କରି ଏକ ମିନି ଟ୍ରକରୁ ୫୦ ଖଣ୍ଡ ପିଆଶାଳ ସାଇଜ କାଠ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ, ଗୁରୁଝୋଳି ଗାଁର ବାବୁଲା ବେରଦଳାଇ, ପଣସଡ଼ିହ ଗାଁର ନିର୍ମଳ ବେରଦଳାଇ ଓ ପୁରୁଣାପାଣି ଗାଁର ମାନସ ମାଝୀ । ଅଭିଯୁକ୍ତମାନେ ଅଡ଼ବା ଡ୍ୟାମ ଅଂଚଳରୁ ପିଆଶାଳକାଠ ନେଇ ଗଞ୍ଜାମ ଜିଲ୍ଲା ବଡଗଡ଼କୁ ଚାଲାଣ କରୁଥିବା ବେଳେ ବନବିଭାଗ ଚଢ଼ାଉ କରି କାଠ ଜବତ କରିଛି । ଜବତ କାଠର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ