ମିନି ରୋବଟ୍‌

ଆଗାମୀ ବର୍ଷଗୁଡ଼ିକରେ ସବୁ କାମ ରୋବଟ୍‌ କରିବ ବୋଲି କେତେକ ବୈଜ୍ଞାନିକ ଦାବି କରିଛନ୍ତି। ତେଣୁ ଏବେଠାରୁ ରୋବଟ୍‌ର ଚାହିଦା ଦିନକୁ ଦିନ ବଢ଼ି ଚାଲିଛି। ବିଭିନ୍ନ କ୍ଷେତ୍ରରେ ଏହାକୁ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିବାର ନଜିର ମଧ୍ୟ ରହିଛି। ନିକଟରେ ଇଂଲଣ୍ଡର ବୈଜ୍ଞାନିକମାନେ ଏକ କ୍ଷୁଦ୍ର ରୋବଟ ପ୍ରସ୍ତୁତ କରିଛନ୍ତି। ଏହି ମିନି ରୋବୋଟ କାନ୍ଥ ଉପରେ ଚଢ଼ି ତାହାକୁ ସଫା କରିପାରିବ। ଉକ୍ତ ହାଇଟେକ୍‌ ରୋବଟ୍‌ର ଶରୀର ‘ଇଲେକ୍ଟ୍ରୋ ସ୍କିନ୍‌’ରେ ପ୍ରସ୍ତୁତ କରାଯାଇଛି। ଖାସ୍‌ କଥା ହେଲା କାନ୍ଥ ଉପରେ ଚଢ଼ି ସଫା କରିବା ସମୟରେ ଏହି ରୋବଟ୍‌ ନିଜ ଶରୀରକୁ ଅତି ସହଜରେ ସଙ୍କୁଚିତ ଏବଂ ପ୍ରସାରିତ କରିପାରିବ। ପରୀକ୍ଷାମୂଳକ ଭାବରେ ଏହି ମିନି ରୋବଟ୍‌ରୁ ସଫଳତା ମିଳିବା ପରେ ତାହାକୁ କିପରି ଆହୁରି କାର୍ଯ୍ୟଦକ୍ଷ କରାଯାଇପାରିବ ସେ ନେଇ ଚେଷ୍ଟା ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ