ମିନି ଷ୍ଟାଡିୟମରେ ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତରେ ପାଳିତ ହେଲା ସାଧାରଣତନ୍ତ୍ର ଦିବସ
ଆର.ଉଦୟଗିରି, (ଦେବାଶିଷ କାର୍ଜି):ଆଜି ସାରା ଦେଶ ପାଳିଛି ୭୪ ତମ ସାଧାରଣତନ୍ତ୍ର ଦିବସ l ସେହିଭଳି ଗଜପତି ଜିଲ୍ଲା ଆର.ଉଦୟଗିରିରେ ମଧ୍ୟ ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଆର.ଉଦୟଗିରି ସହରରେ ଥିବା ସମସ୍ତ ସରକାରି ଓ ବେସରକାରୀ କାର୍ଯ୍ୟାଳୟ ମାନଙ୍କରେ ଆଡ଼ମ୍ବର ସହ ପାଳିତ ହୋଇଯାଇଛି ଏହି ଦିବସ l ତେବେ ପୂର୍ବରୁ ଦୁଇ ବର୍ଷ କରୋନା କଟକଣା ବଳରହିଥିବା ହେତୁ ସରକାରଙ୍କ ନିୟମ ପ୍ରକାରେ କମ ଲୋକଙ୍କ ମଧ୍ୟରେ ପତାକା ଉତ୍ତୋଳନ କରାଯାଉଥିଲା l ହେଲେ ଚଳିତ ବର୍ଷ ସବୁ ଠିକ ଠାକ ଥିବାବେଳେ ଆଜି ଆର.ଉଦୟଗିରି ସ୍ଥିତ ମିନି ଷ୍ଟାଡିୟମଠାରେ ସମସ୍ତ ବିଦ୍ୟାଳୟର ଛାତ୍ର, ଛାତ୍ରୀ ଓ ସୁରକ୍ଷା ବାହିନୀଙ୍କ ଅନୁପସ୍ଥିତିରେ କେବଳ ବ୍ଲକ କାର୍ଯ୍ୟାଳୟ ଓ ପଞ୍ଚାୟତ କାର୍ଯ୍ୟାଳୟର ଅଧିକାରୀ ମାନଙ୍କୁ ନେଇ ପାଳିତ ହେଲା ୭୪ ତମ ସାଧାରଣତନ୍ତ୍ର ଦିବସ l ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି l ପୂର୍ବରୁ ଆର.ଉଦୟଗିରି ସ୍ଥିତ ମିନି ଷ୍ଟାଡିୟମରେ ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ପୋଲିସ ବିଭାଗ ଓ ଅଗ୍ନିଶମ ବିଭାଗ ଏବଂ ରେଡ଼କ୍ରସ ଓ ସ୍କାଉଟ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ଆକର୍ଷକୀୟ ପ୍ୟରେଟ କରାଯିବା ସହ ବିଦ୍ୟାଳୟରୁ ପ୍ରସ୍ତୁତି ହୋଇ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ମାନ କରାଯାଉଥିଲା l ହେଲେ ଛାତ୍ର ଛାତ୍ରୀ ମାନଙ୍କର ସେହି ଆଶା ସବୁ ଆଶାରେ ହିଁ ରହିଗଲା l ଯାହାକୁ ନେଇ ସ୍ଥାନୀୟ ଜନସାଧାରଣଙ୍କ ମଧ୍ୟରେ ଏକ ଆସନ୍ତୋଷର ଦାନା ବାନ୍ଧିବାରେ ଲାଗିଛି l ସେପଟେ ଛାତ୍ର ଛାତ୍ରୀଙ୍କ ଅନୁପସ୍ଥିତିରେ ଏହି ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରିଥିଲେ ମଧ୍ୟ ସକାଳ ସମୟ ୦୯:୨୦ ମିନଟ ସୁଦ୍ଧା ସେଠାରେ କୌଣସି ଅଧିକାରୀ ପହଞ୍ଚି ନଥିଲେ l ସେପଟେ ସରକାର ଛାତ୍ର ଛାତ୍ରୀ ମାନେ ଯେଭଳି ବିଦ୍ୟାଳୟ ଯିବା ପ୍ରତି ଆକୃଷ୍ଟ ହେବେ ସେଥିପାଇଁ ବିଭିନ୍ନ ଯୋଜନା ମାଧ୍ୟମରେ ନୃତ୍ୟ ସଂଗୀତ ପରିବେଷଣ କରି ଛାତ୍ର ଛାତ୍ରୀଙ୍କୁ ଆକୃଷ୍ଟ କରୁଥିବା ବେଳେ ବ୍ଲକ ପ୍ରଶାସନ କାହିଙ୍କି ଏଭଳି ଅବହେଳା କରୁଛି ତାକୁ ନେଇ ଏବେ ସମସ୍ତ ଙ୍କ ମନରେ ପ୍ରଶ୍ନ ବାଚୀ ସୃଷ୍ଟି ହୋଇ ରହିଛି l ତେଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟିଦେଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାଲାଗି ଅଞ୍ଚଳବାସି ଦାବି କରିଛନ୍ତି l


