ମିରାମ୍ବିକାର ବିଶ୍ୱ ମହିଳା ଦିବସ ଅଭିପ୍ସା-୨୦୨୦

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ଆମ ଗାଁ, ଆମ ମା, ଆମ ମିରାମ୍ବିକାର ସ୍ଲୋଗାନ ନେଇ ଭୁବନେଶ୍ୱରସ୍ଥିତ ନ୍ୟୁମାରିଅନଠାରେ ଅଭିପ୍ସା-୨୦୨୦ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ମହିଳା ଓ ଶିଶୁକଲ୍ୟାଣ ଏବଂ ମିଶନଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଯୋଗଦେଇ ମହିଳାମାନେ ଉନ୍ନତି କଲେ ରାଜ୍ୟର ବିକାଶ ହେବ ବୋଲି ପ୍ରକାଶ କରିଥିଲେ । ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଟିଡ଼ିସି ଅଧ୍ୟକ୍ଷ ଶ୍ରୀମୟୀ କର, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପଦ୍ମଜା ମିଶ୍ର, ବ୍ୟାଙ୍କ ଅଫ ଇଣ୍ଡିଆର ଜୋନାଲ ମ୍ୟାନେଜର ୱାଇ.ଏନ୍‌.ଦ୍ୱିବେଦୀ, ପବ୍ଲିକ ଏଣ୍ଟରପ୍ରାଇଜେସର ଆଡ଼ିସନାଲ ସେକ୍ରେଟାରୀ ପାର୍ଥସାରଥୀ ମିଶ୍ର, ଓଡ଼ିଶା ପବ୍ଲିକ ସର୍ଭିସ କମିଶନର ଅଧ୍ୟକ୍ଷ ବ୍ରିଗେଡ଼ିୟର ଏଲ୍‌.ସି. ପଟ୍ଟନାୟକ, ଓଡ଼ିଆ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା ମହିଳା ଆଇ.ଏ.ଏସ୍ ତଥା ନୟାଗଡ଼ ଜିଲ୍ଲାପାଳ ପୋମା ଟୁଡୁ, ଡ଼ିସିପି ସାଗରିକା ନାଥ, ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ ଏଲିଆନା ସିତାରିଷ୍ଟ, ଡଃ ଅର୍ପିତା ପ୍ରିୟଦର୍ଶିନୀ, ସରକାରୀ ମହିଳା ଶିଳ୍ପ ତାଲିକା ଅଧ୍ୟକ୍ଷା ଜିତାମିତ୍ର ଶତପଥୀ, ଆଥଲେଟ ପୂର୍ଣ୍ଣିମା ହେମ୍ବ୍ରମ, ଅଭିନେତ୍ରୀ ଅର୍ଚ୍ଚିତା ସାହୁ, ସମାଜସେବୀ ସୁକୃତି ପଟ୍ଟନାୟକ, ସାମ୍ବାଦିକା ତଥା ଉଦ୍‌ଘୋଷିକା ଦିକ୍ଷା ତିୱାରୀ, ଏସ୍‌ଏସ୍‌ଡ଼ି ମହାସଂଘର ସମ୍ପାଦିକା ଟିକିନା ସାହୁ, ନାରାୟଣ ସ୍କୁଲ୍‌ର ଅଧ୍ୟକ୍ଷା ସଙ୍ଗୀତା କାଞ୍ଚନ ପ୍ରମୁଖଙ୍କୁ ପୁରସ୍କୃତ କରାଯାଇଥିଲା ।
ମିରାମ୍ବିକାର ପ୍ରତିଷ୍ଠାତା ଅଧ୍ୟକ୍ଷ ଜୀବନଜ୍ୟୋତି ବାରିକ ୫୦ ହଜାର ମହିଳାଙ୍କୁ ସ୍ୱାବଲମ୍ବୀ କରିଥିବା ବେଳେ ଆଗାମୀ ବର୍ଷରେ ୫ ଲକ୍ଷ ମହିଳାଙ୍କୁ ସ୍ୱାବଲମ୍ବୀ କରିବାର ଯୋଜନା ଅଛି ବୋଲି ପ୍ରକାଶ କରିଥିଲେ । ଶେଷରେ ମିରାମ୍ବିକାର ଉପଦେଷ୍ଟା ସୁରେଶ ଚନ୍ଦ୍ର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ