ମିର୍ଜାପୋଖରୀ ଚନ୍ଦନ ଉତ୍ସବ ଉଦଘାଟିତ

ବାଲେଶ୍ୱର, (ସରୋଜ ପଣ୍ଡା):ବିଭିନ୍ନ ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମକୁ ନେଇ ୧୦୫ତମ ମିର୍ଜାପୋଖରୀ ଚନ୍ଦନ ଯାତ୍ରା ଶନିବାର ସଂଧ୍ୟାରେ ଉଦଘାଟିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ରାଧାକୃଷ୍ଣ ବିଗ୍ରହଙ୍କୁ ମନ୍ଦିରରୁ ଶୋଭାଯାତ୍ରାରେ ଅଣାଯାଇ ଚାପକେଳି କରାଯାଇଥିଲା । ଠାକୁରଙ୍କ ନୌକାବିହାର ଦେଖିବାକୁ ହଜାର ହଜାର ଲୋକେ ପୋଖରୀ ଚାରିପାଶ୍ୱର୍ରେ ରୁଣ୍ଡ ହୋଇଥିଲେ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅମରେଶ କୁମାର ପାଣିଗ୍ରାହୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ୧୦୫ ବର୍ଷଧରି ପରମ୍ପରାକୁ ଉଜ୍ଜୀବିତ ରଖିବାରେ ଅଞ୍ଚଳବାସୀଙ୍କ ସହଯୋଗକୁ ଶ୍ରୀ ପାଣିଗ୍ରାହୀ ଭୂୟସୀ ପ୍ରଶଂସା କରିଥିଲେ । ଚନ୍ଦନ କମିଟିର ସଭାପତି ତଥା କାଉନସିଲର ପଦ୍ମଲୋଚନ ଲେଙ୍କା ଓ କାର୍ଯ୍ୟକାରୀ ସଭାପତି ତଥା ଆଜିକାଲି ଖବରକାଗଜର ପରିଚାଳନା ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତିଙ୍କ ସମେତ ଅଶୋକ କୁମାର ତ୍ରିପାଠୀ, ଚତ୍ତରଞ୍ଜନ ସାମନ୍ତ, ଶ୍ରୀକାନ୍ତ ବୁଗୁଡାଇ, ମନୋଜ କୁମାର ଦାସ ପ୍ରମୁଖ ଉଦଘାଟନୀ ଉତ୍ସବରେ ମଞ୍ଚାସୀନ ହୋଇ ମିର୍ଜାପୋଖରୀ ଚନ୍ଦନ ଯାତ୍ରାର ବୈଶିଷ୍ଟ ଓ ପରମ୍ପରା ସମ୍ପର୍କରେ ଆଲୋକପାତ କରିଥିଲେ । କମିଟିର ସାଧାରଣ ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଅବିନାଶ ସ୍ୱାଇଁ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ମାଣିଖମ୍ବ, ଗୋପାଳଗାଁ, ସୁଏଲପୁର ସମେତ ଆଖପାଖ ଅଂଚଳବାସୀଙ୍କ ମିଳିତ ଉଦ୍ୟମରେ ଆୟୋଜିତ ହେଉଛି ଏହି ଚନ୍ଦନ ଯାତ୍ରା । ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ଚାଲିବ । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ