ମିର୍ଜାପୋଖରୀ ଚନ୍ଦନ ଯାତ୍ରାର ୪ର୍ଥ ସଂଧ୍ୟା
ବାଲେଶ୍ୱର, (ସରୋଜ ପଣ୍ଡା):୧୦୫ ତମ ମିର୍ଜାପୋଖରୀ ଚନ୍ଦନ ଉତ୍ସବ ଚତୁର୍ଥ ସଂଧ୍ୟାରେ ଆୟୋଜିତ କାର୍ଯ୍ୟକ୍ରମରେ କମିଟିର ସଭାପତି ପଦ୍ମଲୋଚନ ଲେଙ୍କା ସଭାପତିତ୍ୱ କରିଥିଲେ । ଜିଲା ପରିଷଦ ସଭାପତି ନାରାୟଣ ପ୍ରଧାନ ଏଥିରେ ମୁଖ୍ୟଅତିଥି ଏବଂ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ଉତ୍ସବକୁ ଉଦଘାଟନ କରିବା ସହିତ ମୀର୍ଜାପୋଖରୀ ଚନ୍ଦନ ଯାତ୍ରା ସହର ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି ବୋଲି କହିଥିଲେ । ଦୀର୍ଘ ୧୦୫ ବର୍ଷ ଧରି ପରମ୍ପରାକୁ ଉଦଜୀବିତ ରଖିବାରେ ଅଞ୍ଚଳବାସୀଙ୍କ ଉଦ୍ୟମ ବେଶ ପ୍ରଶଂସନୀୟ ବୋଲି ଅତିଥିମାନେ ମତ ଦେଇଥିଲେ । ଯୁବସମାଜସେବୀ ସୁବୋଧ ମହାନ୍ତି, ଯାଦବେଶମିଶ୍ର, ବିକାଶ ରଞ୍ଜନ ପାଢ଼ୀ ପ୍ରମୁଖ ଏଥିିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । କମିଟିର କାର୍ଯ୍ୟକାରୀ ସଭାପତି ତଥା ‘ଆଜିକାଲି’ ଖବରକାଗଜର ପରିଚାଳନା ସମ୍ପାଦକ ଲକ୍ଷ୍ମୀନାରାୟଣ ମହାନ୍ତି ଏଥିରେ ଯୋଗଦେଇ ଚନ୍ଦନ ଉତ୍ସବର ବିଶେଷତା ଓ ଏହାର ଇତିହାସ ସମ୍ପର୍କରେ ସୂଚନା ଦେଇଥିଲେ । କମିଟିର ସମ୍ପାଦକ ଶ୍ରମିକ ନେତା ଅରୁଣ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଉପ-ସଭାପତି ଶ୍ରୀକାନ୍ତ ବୁଗୁଡ଼ାଇ ଶେଷରେ ଧନ୍ୟବାଦ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପ-ସଭାପତି ମନୋଜ ଦାସ, ଅଶୋକ ତ୍ରିପାଠୀ, ସହ-ସମ୍ପାଦକ ନାରାୟଣ ଦତ୍ତ, ଯୁଗ୍ମ ସମ୍ପାଦକ ବୀରେନ୍ଦ୍ର କର ପ୍ରମୁଖମଞ୍ଚମଞ୍ଚାସୀନ ଥିଲେ । ରାଧାକୃଷ୍ଣ ବିଗ୍ରହଙ୍କ ନାବକେଳି ସାଙ୍ଗକୁ ମଞ୍ଚସ୍ଥ ଯାତ୍ରା ନାଟକ ଓ ମେଲୋଡ଼ି କାର୍ଯ୍ୟକ୍ରମ ଦେଖିବାକୁ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା । ଜନଗହଳି ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଥିଲା ।


