ମିଲରଙ୍କ ମନଇଛା କଟନୀ ରେ ଉଠୁଛି ଧାନ ଚାଷୀ ଙ୍କ ମୁଡରେ ଚିନ୍ତା

ଜମନକିରା, (ଲିପନ ନାଏକ):ସରକାର କହୁଛି କିଛି ପ୍ରଶାସନ କରୁଛି କିଛି ସରକାର କହୁଛି ବିନା କଟନୀ ଛଟଣି ରେ ଧାନ ଚାଷୀଙ୍କ ଠାରୁ କିଣିବାକୁ ହେଲେ କିଛି ପ୍ରଶାସନିକ ଅଧିକାରୀଙ୍କ ଅନୁକମ୍ପା ଯୋଗୁଁ ମିଲରଙ୍କ ମାନମୁଖୀ ଡୋରାତ୍ତମ ପାଇ ଚାଷୀ କାନ୍ଦୁ ଛନ୍ତି ଏଠି। ଏଭଳି ଏକ ଘଟଣା ଦେଖିବାକୁ ମିଳୁଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ବ୍ଲକ ଫାଶୀମାଲ ମଣ୍ଡିରେ। ଏହି ମଣ୍ଡିରେ ମିଲରଙ୍କ ମନଇଚ୍ଛା ରେ ୪ ରୁ ୫ କେଜି କଟନୀ ରେ ଧାନ କିଣୁଛି। ଏପରିକି କିଛି ଛୋଟ ଚାଷୀଙ୍କ ଠାରୁ ୫ ରୁ ୬ କେଜି କଟନୀ ରେ ମଧ୍ୟ ଧାନ ନେଉଛି। ଜିତେନ୍ଦ୍ର ସାହୁ ଙ୍କ କହିବା ଅନୁଯାଇ ପ୍ରଥମେ ମିଲର ୪ କେଜି କଟନୀ ରେ ଧାନ ସଂଗ୍ରହ କଲେ ପରେ ଏହାକୁ ବୃଦ୍ଧି କରି ୫ କେଜି ଓ ବର୍ତମାନ ୬ କେଜି କଟନୀ ପାଇଁ ମଧ୍ୟ ପ୍ରୟାସ କରୁଛନ୍ତି। ଏପରିକି ସୁଧୀର କୁମାର ପଟେଲଙ୍କ ଧାନ ଟୋକନ ଥିବା ସତ୍ୱେ ତାଙ୍କୁ ବାହାନା କରାଯାଇ ଭୁଆଁ ବୁଲାଇ ୫ କେଜି କଟନୀ ରେ ଧାନ କିଣା ଗଲା ଓ ହଇରାଣ ମଧ୍ୟ କରାଯାଇଥିବା ସୁଧୀର ପ୍ରକାଶ କରିଛନ୍ତି। ସେହିପରି ଫାଶୀମାଲ ଅଞ୍ଚଳ ର ଅନ୍ୟଜଣେ ଚାଷୀ ପ୍ରକାଶ ପଟେଲ ଙ୍କ କହବା ଅନୁଯାଇ ଚାଷୀଙ୍କୁ ନିଜ ଫସଲ କରିବା ଠାରୁ ଆରମ୍ଭ କରି ବିକ୍ରି କରିବା ପର୍ଯ୍ୟନ୍ତ ନାନା ଅସୁବିଧା ଭୋଗ କରୁଥିବା ବେଳେ ସରକାର କହୁଥିବା ବିନା କଟନୀ ରେ ଧାନ ବିକ୍ରି ହେଉଥିବା ବାସ୍ତବତା ପୁରା ଭିନ୍ନ ଗୋଟିଏ ପଟେ ଅଦିନିଆ ବର୍ଷା ଅନ୍ୟ ପଟେ ହାତୀ ଉପଦ୍ରଵ ଠାରୁ ବଞ୍ଚିତ ଧାନ ବିକ୍ରିପାଇଁ ମଣ୍ଡି କୁ ଆଣୁଥିବା ଚାଷୀଙ୍କୁ ମଣ୍ଡିରେ ଶୋଷଣ କରାଯାଉଛି ଏଠାରେ ଛୋଟ ଚାଷୀଙ୍କୁ ଡରାଇ ମାନ ଇଚ୍ଛା କଟନୀ କରାଯାଉଛି। ଚାଷୀ ଯଦି ସୁରୁଖୁରୁରେ ଧାନ ବିକ୍ରି କରିନ ପାରିବ ଏବଂ ମିଲର ମନ ଇଚ୍ଛା କଟନୀ କରିବ ତେବେ ଚାଷୀ କିପରି ନିଜ ପରିବାର ପୋଷଣ କରିବ ଏବଂ ନିଜ ଶିଶୁଙ୍କ ଉଜ୍ୱଳ ଭବିଷ୍ୟତ ପାଇଁ କିଭଳି ଚିନ୍ତା କରିବେ ବୋଲି ପ୍ରକାଶ କରିଛନ୍ତି। ସେହିପରି ଫାଶୀମାଲ ନିବାସୀ ଉମାକାନ୍ତ ପଟେଲଙ୍କ ଠାରୁ ୬କେଜି କଟନୀରେ ଧାନ କ୍ରୟ କରାଯଇଥିବା ମଧ୍ୟ ଦୃଷ୍ଟିକୁ ଆସିଛି। ଏହି ପରିପେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ଏଥିପ୍ରତି ଧାନ ଦେଇ କିଭଳି କମ କଟନୀ ରେ ଓ ସୁରୁଖୁରୁରେ ଚାଷୀ ତାର ଧାନ ବିକ୍ରି କରିପାରିବେ ସେଥିପାଇଁ ବିହିତ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ