ମିଲା ହରିରାଜପୁର ପଞ୍ଛୁଦୋଳ ମେଳଣ ; ୨୯ ତାରିଖରେ ଉଦ୍ଯାପିତ

ଡେଲାଙ୍ଗ (ଯୁଗାଦ୍ଧ ନ୍ୟୁଜ): ଓଡ଼ିଶା ପ୍ରସିଦ୍ଦ ହରିରାଜପୁର ପଞ୍ଚୁଦୋଳ ମେଳଣ ଗତ ମଙ୍ଗଳବାର ବିଳମ୍ବିତ ରାତ୍ରରୁ ଜମାଣ ହୋଇଛି । ୨୯ ତାରିଖ ସଂଧ୍ୟାରେ ହରିହର ଭେଟ କରାଯାଇ ଏହି ପଞ୍ଚଦୋଳ ମେଳଣ ଉଦ୍ଯାପିତ ହେବ । ଏହି ମେଳଣ ପଡିଆ ପିପିଲି -ଜଟଣୀ ରାସ୍ତାର ପିପିଲି ଠାରୁ ୧୦ କି.ମି , ଜଟଣୀ ଠାରୁ ୪ କିମ.ି ଓ ଭୁବନେଶ୍ୱର ଠାରୁ କପିଳପ୍ରସାଦ ରାସ୍ତାରେ୧୫ କି.ମି ଆସିଲେ ଏହିପ୍ରସିଦ୍ଧ ମେଳଣ ପଡିଆ ଦଣ୍ଡାୟମାନ । ଗଜପତି ନରସିଂହ ଦେବଙ୍କ ଶାସନ ସମୟରେ ୧୬୩୭ ଖୀଷ୍ଟାର୍ଦ୍ଧ ସମୟରୁ ଏହି ଐତିହାସିକ୍ୟ ମେଳଣ ଅନୁଷ୍ଠିତ ହୋଇ ଆସୁଥିବା ଲୋକମୁଖରୁ ଜଣାପଡେ । ମନ୍ଦିରରେ ସମସ୍ତ ଦେବନୀତି ସମାପନ ପରେ ଠାକୁର ମେଳଣର ସ୍ଥାନାଧିପତି ପ୍ରଭୁ ପଶ୍ଚମିାଶମ୍ଭୁ ସେମାନାଥ ଦେବ, ପ୍ରଭୁ ଗୋପାଳଜୀଉ ଓ ବାଳମୁକୁନ୍ଦଦେବଙ୍କ ସହ ମିଶି ଏକ ସୁସଜ୍ଜିତ ବିମାନରେ ମନ୍ଦିରର ପଶ୍ଚିମ ଦ୍ୱାର ଦେଇ ବାହାରି ଏକ ବିରାଟ ପଟୁଆରରେ ମେଳଣ ପଡିଆକୁ ଯାତ୍ରା କରିଥିଲେ । ସେହିପରି ରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଦେବ ବିଗ୍ରହ ବୁଢାପଦାର ସୋମନାଥଦେବ, ଛଣଘରର ଗତିଶ୍ୱେରଦେବ, କନ୍ତିଆ ଗ୍ରାମର ବାଲୁଙ୍କେଶ୍ୱରଦେବ ଓ ଟାଙ୍ଗିଭଁସର ଗ୍ରାମର ନୀଳକଣ୍ଠେଶ୍ୱର ଦେବଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ଗ୍ରାମରୁ ପ୍ରାୟ ୭୮ଟି ବିମାନଏହି ମେଳଣରେ ଅଂଶଗ୍ରହଣ କରିଥିଲେ । ମେଳଣର ମୁଖ୍ୟ ଆର୍କଷଣ ସଲଟନ ଓ ଆତସବାଜି ପ୍ରଦର୍ଶନ । ପାରମ୍ପରିକ ଘୋଡାନାଚ, ନାଗାନୃତ୍ୟ, ବୁଡାବୁଢ଼ି, ଶଖୀ, କଣ୍ଡେଇନୃତ୍ୟ, ଦୁର୍ଗା ମେଡ, ବଗ ବଗୁଲି, ସିଂହ, ଷଣ୍ଢନୃତ୍ୟ ସହିତ ଭଜନକୀର୍ତନ, ବାଦ୍ୟବିଚିତ୍ରା, ଘଣ୍ଟଘଣି୍ଠ, ତୁରୀ ଓ ଶଙ୍ଖ, ହରିବୋଲ, ହୁଳହୁଳି ଧ୍ୱନିରେ ମେଳଣ ପଡିଆରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ମେଳଣ ପଡିଆ ମଧ୍ୟରେ ମେଳଣ ପରିଚାଳନା ପରିଷଦ, ଉତ୍କଳ ଗୌରବ ଯୁବ ସଂଗଠନ, ପଶ୍ଚିମାଶମ୍ଭୁ ଯୁବ ସଂଗଠନ, ସୋମନାଥ ଦେବ ୟୁଥକ୍ଳବ, ପଶ୍ଚିମାଶମ୍ଭୁ ପଞ୍ଚୁଦୋଳ କ୍ଳବ, ସୋମନାଥ ଦେବ ଦୋଳ ନିର୍ମାଣ ଓ କୁଞ୍ଜ ନିର୍ମାଣ ସମିତି, ଗଜପତି ବାସନ୍ତୀ କ୍ଳବ ଓ ହରିରାଜପୁର ଗ୍ରାମ ବାସୀଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ବ୍ୟାପକ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ରଙ୍ଗବେରଙ୍ଗର ଆଲୋକମାଳା ଓ ଚିତ୍ତାକର୍ଷକ ଆତସବାଜି ପ୍ରଦର୍ଶନରେ ମେଳଣ ପଡିଆ ଝଲସି ଉଠିଥିଲା । ପଡିଆରେ ପ୍ରାୟ ୧୨୪୦ଟି ଉଠାଦେକାନର ପସରା ଖୋଲିଥିଲା । ଓରମାସ୍ ପକ୍ଷରୁ ଖୋଲିଥିବା ଷ୍ଟଲରେ ମୁଖ୍ୟ ଆକର୍ଷଣ ଥିଲା ଡେଲାଙ୍ଗ ମିଶନଶକ୍ତି ମହିଳା ମହାସଂଘ ପକ୍ଷରୁ ଖୋଲିଥିବା ୨୦ଟି ଷ୍ଟଲ । ମିଶନଶକ୍ତି ମହିଳା ମହାସଂଘ ସଭାନେତ୍ରୀ ବାସନ୍ତୀ ସାହୁ ସଭାନେତ୍ରୀ ବିଦ୍ୟୁଲତା ସ୍ୱାଇଁ ସଦସ୍ୟା କବିତା ପ୍ରଧାନ ଭାରତୀ ଚମ୍ପତ୍ତି ପ୍ରତିମା ଦାସ ପ୍ରମୁଖ ଉପସ୍ଥିତ ରହିଥିଲେ । ମେଳଣକୁ ଆସୁଥିବା ଲକ୍ଷାଧିକ ଲୋକଙ୍କ ସୁବିଧା ନିମନ୍ତେ ଅଗ୍ନିଶମ ସେବା, ପାନୀୟ ଜଳଯୋଗାଣ ବ୍ୟବସ୍ଥା , ସୂଚନା କେନ୍ଦ୍ର ଓ ଅସ୍ଥାୟୀ ସ୍ୱାସ୍ଥ୍ୟସେବା ସହିତ ଜରୁରୀକାଳୀନ ପାଇଁ ୧୦୮ ଆମ୍ବୁଲାନ୍ସର ସୁବିଧା କରାଯାଇଛି । ମେଳଣରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ କେତକ ଯୁବକଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ଏବଂ ଅସାମାଜିକ ଯୁବକ ମାନଙ୍କ ପ୍ରତି ନର୍ଜର ରଖିବା ସହ ଅସୁବିଧା କିମ୍ବା ହଜିଯାଉଥିବା ବ୍ୟକ୍ତି ମାନଙ୍କୁ ଉଧାର କରିବା ପାଇଁ କମିଟି ସଂପୁର୍ଣ୍ଣ ଭାବରେ ପ୍ରଶାସନକୁ ସହଯୋଗ କରିଥିଲା । ଡେଲାଙ୍ଗ ତହସିଲଦାର ରାଜେନ୍ଦ୍ର ଆଚାର୍ଯ୍ୟ ଓ ଅତିରିକ୍ତ ତହସିଲଦାର ସୋମରନ୍ଦ୍ର ଭୁତିଆ ମାଜିଷ୍ଠ୍ରେଟ ଭାବରେ ଦାୟିତ୍ୱ ତୁଲାଇଛନ୍ତି । ।
ମେଳଣ ପଡିଆରେ ପ୍ରାୟ ଏକ କିଲୋମିଟର ବ୍ୟାପି ଆତସବାଜି ପ୍ରଦର୍ଶନ ହୋଇଥିଲା । ଏଥିରେ ପୁରୀ, ବହ୍ମପୁର, ଗଞ୍ଜାମ, କଟକ, ଖୋର୍ଦ୍ଧା, ଡେଲାଙ୍ଗ, କଣାସ ଆଦି ବିଭିନ୍ନ ଅଞ୍ଚଳରୁ ବାଣୁଆ କାରିଗର ପ୍ରତିଯୋଗିତାରେ ଭାଗ ନେଇଥିଲେ । ବିଶେଷ କରି ଚକ୍ରି, ଉପରଚକ୍ରି, ଘଡି, ଗଛବାଣ, ଧପଧପି, ଗଡମ୍ଭା, ତାଳପୋଟୋକି, ରକେଟ, ଚେଙ୍ଗ, ଆକାଶଦ୍ୱୀପ, ବିଭିନ୍ନ ନାମରେ ନାମିତ ବାଣ ଏଠାରେ ପ୍ରଦର୍ଶୀତ ହୋଇଥାଏ ।
ହରିରାଜପୁର ମହୋତ୍ସବକୁ ବ୍ଲକ ଅଧକ୍ଷ ପ୍ରସନ୍ନ ସାହୁ ଉପାଧକ୍ଷା ସ୍ୱପ୍ନା ବଳବନ୍ତରାୟ ଓ ଜିଲ୍ଲା ପରିଷଦ ସଭ୍ୟ ମଳୟ ମହାନ୍ତି ପ୍ରମୁଖ ଙ୍କ ଉପସ୍ଥିତିରେ ଉଦଘାଟନ ହୋଇଛି । । ବିଧାୟକ ପ୍ରଦୀପ ମହାରଥୀ ଓ ପୁରୀ ସାସଂଦ ପିନାକି ମିଶ୍ର ମେଳନର ମୁଖ୍ୟ ଠାକୁର ପଶ୍ଚିମାସମ୍ଭୁ ସୋମନାଥ ଦେବଙ୍କୁ ପୂଜାର୍ଚ୍ଚନା କରି ମେଳନ ପଡିଆ ବୁଲିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ