‘ମିଲ୍’ କାର୍ଯ୍ୟକ୍ରମରେ ଶଙ୍କର ନେତ୍ରାଳୟ ୧୦୦ ପ୍ୟାକେଟ୍ ସହାୟତା
ଛତ୍ରପୁର (ଓ୍ବାଇଏନ୍ଏସ୍) : ଲକ୍ଡାଉନ୍ ସମୟରେ ନିରାଶ୍ରୟ, ଗରିବ ଲୋକମାନଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବା ନିମନ୍ତେ ଗଂଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ‘ମିଲ୍’କାର୍ଯ୍ୟକ୍ରମରେ ସମରଝୋଳ ସ୍ଥିତ ଶଙ୍କର ନେତ୍ରାଳୟ ସହାୟତାର ହାତ ବଢାଇଛି । ଏହି ବାବଦରେ ଶଙ୍କର ନେତ୍ରାଳୟ ପକ୍ଷରୁ ଡାଲି, ଚାଉଳ, ମସଲା, ତେଲ, ସୋୟାବିନ୍ ଆଦି ଅତ୍ୟାବଶ୍ୟକ ସାମଗ୍ରୀର ୧୦୦ ପ୍ୟାକେଟ୍ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସୋମାବର ହସ୍ତାନ୍ତର କରାଯାଇଛି । ଏହି ସମୟରେ ଶଙ୍କର ନେତ୍ରାଳୟ ଟ୍ରଷ୍ଟିର ଏସ୍.ବିଶ୍ୱନାଥନ୍ ଓ ଭି.ଶଙ୍କର, ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅରବିନ୍ଦ ମହାନ୍ତି ଓ ଆଇନ ପରାମର୍ଶଦାତା ବି. ଶ୍ରୀନିବାସ ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ମହାନ୍ତି ବ୍ୟକ୍ତିଗତ ଭାବେ ଅତ୍ୟାବଶ୍ୟକ ସାମଗ୍ରୀ ୨୦ ପ୍ୟାକେଟ୍ ସହାୟତା କରିଥିଲେ ।