ମିଲ ଯୋଜନା ଶୁଭାରମ୍ଭ ରାସନ ସାମଗ୍ରୀ ପ୍ୟାକେଟ  ବିଧାୟକ ଓ ଡିଆରଡ଼ିଏ ପିଡି ଲୋକଙ୍କୁ ବାଣ୍ଟିଲେ

ଛତ୍ରପୁର (ଓ୍ବାଇଏନ୍ଏସ୍) :  ବନ୍ୟା, ବାତ୍ୟା  ଠାରୁ  ଆରମ୍ଭ କରି  ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଧନ ଜୀବନ ସୁରକ୍ଷା ସହିତ ବିଭିନ୍ନ କାର୍ଯ୍ୟ ରେ ଗଞ୍ଜାମ ଜ଼ିଲ୍ଲାପ୍ରଶାସନ ଆଗୁଆ ପଦକ୍ଷେପ  ନେଇ  ଚର୍ଚ୍ଚା ରେ ରହିଆସିଛନ୍ତି l  ଏବେ ଆଉ ଏକ ପାଦ  ଆଗ କୁ ଆସି କରୋନା ମୁକାବିଲା ନେଇ  ଲୋକଙ୍କ ସୁରକ୍ଷା ପ୍ରତି  ଦୃଷ୍ଟି  ରଖି  ଜ଼ିଲ୍ଲା ରେ ଆଗୁଆ ବିଭିନ୍ନ କାର୍ଯ୍ୟକ୍ରମ ଏବଂ କଟକଣା ଜାରି କରି ଅନ୍ୟ ଜ଼ିଲ୍ଲା ର ଉଦାହରଣ ସାଜିଛନ୍ତି l ତେବେ ଜ଼ିଲ୍ଲାପ୍ରଶାସନ ପକ୍ଷ ରୁ ଆଉ ଏକ ଅଭିନୟ ପ୍ରୟାସ ମିଲ ଯୋଜନା  ଆରମ୍ଭ ହୋଇଛି l  କରୋନା ଅନେକ ଲୋକଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ବେଳେ ଲକଡ଼ାଉନ୍ ଗରିବ ଗୁରୁବାଙ୍କ ଜୀବନ ଜୀବିକାକୁ ବେଶ୍ ପ୍ରଭାବିତ କରିଛି । ଅବଶ୍ୟ ଗରିବ ହିତାଧିକାରୀଙ୍କୁ ସରକାରୀ ଖାଦ୍ୟ ଯୋଜନାରେ ଚାଉଳ, ଗହମ ସମେତ କରୋନାର ମୁକାବିଲା ପାଇଁ ଭତା ମଧ୍ୟ ପ୍ରଦାନ କରାଯାଇଛି । ହେଲେ ପଡ଼ି କାର୍ଡ ନଥିବା ଅନେକ ଗରିବଙ୍କ ପାଇଁ ନିଜର ପେଟ ଚାଖଣ୍ଡକ ନିମନ୍ତେ ଦାନା ଯୋଗାଡ଼ କରିବା ଏବେ ଏକ ରକମର ଅସମ୍ଭବ ହୋଇ ପଡ଼ିଛି । ଲକ୍ ଡ଼ାଉନ୍ ଯୋଗୁଁ କାମ ପାଇଁ ନା ବାହାରକୁ ଯାଇ ପାରୁଛନ୍ତି ନା ଘରେ ଶାନ୍ତିରେ ରହି ପାରୁଛନ୍ତି । ମନେ ହେଉଛି ସତେ ଯେପରି ବିନା ବାତ୍ୟାରେ ବିନା ବନ୍ୟାରେ ଉଜୁଡ଼ି ଉଜୁଡ଼ି ଯାଉଛି ସେମାନଙ୍କ ତେଲ ଲୁଣର ସଂସାର । ଆଉ ତାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଛି ଯୋଜନା ମିଲ୍ ।  ଏହି ଯୋଜନାରେ ଯେ କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ କିମ୍ବା ଯେକୌଣସି ସହୃଦୟ ବ୍ୟକ୍ତି ପ୍ରତି ଗରିବ ପରିବାର ପାଇଁ ୫ କିଲୋ ଚାଉଳ, ଏକ କିଲୋ ଡ଼ାଲି, ଏକ କିଲୋ ଖାଇବା ତେଲ, ଏକ  କିଲୋ ଲୁଣ, ଏକ କିଲୋ ସୋଆବିନ୍  ଓ ମସଲା ଦାନ ଆକାରରେ ଦେଇ ପାରିବେ । ଏଥି ପାଇଁ ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଏକ ସେଲ୍ ଖୋଲାଯାଇଛି । ସେହି ସେଲ୍ କୁ ଯାଇ ଯେ କେହିବି ଏହା ପ୍ରଦାନ କରିପାରିବେ । ସେମିତି କିଛି ସଂଗ୍ରହ ହୋଇଥିବା ଖାଦ୍ୟ ସାମଗ୍ରୀ  ପୁଡ଼ିଆକୁ ଗୁରୁବାର ଛତ୍ରପୁର  ବିଧାୟକ ସୁବାସ ଚନ୍ଦ୍ର ବେହେରା ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇଂ. ସିଦ୍ଧାର୍ଥ ଶଙ୍କର ସ୍ୱାଇଁ  ଛତ୍ରପୁର ଏନଏସି ଅନ୍ତର୍ଗତ ୧୪ୱାର୍ଡ ର ଏନଏସି   କଲୋନୀ  ବୁଲି ସରକାରଙ୍କ ଖାଦ୍ୟ ଯୋଜନାରୁ ବଂଚିତ ହୋଇଥିବା ଗରିବ ପରିବାରଙ୍କୁ ପ୍ରଦାନ କରିିଥିଲେ l  ଏଥିରେ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିକ୍ରମ କୁମାର ଦୋରା, ଏପିଡି ( ଗ୍ରାମୀଣ ଗୃହ ) ସୌମ୍ୟରଞ୍ଜନ ହୋତା, ଜଳ ଓ ପରିମଳ ମିଶନର ମହେଶ ତରେଇଙ୍କ ସମେତ ଏନଏସିର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ

Attachments area
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ