ମିଳିତଜାତିସଂଘ ସମ୍ମେଳନ(ୟୁଏନସିସିଡି)ପକ୍ଷମାନଙ୍କ ୧୪ତମ ସମ୍ମିଳନୀ
ଭାରତ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ମିଳିତ ଜାତିସଂଘ ସମ୍ମେଳନ (ୟୁଏନସିସିଡି) ପକ୍ଷମାନଙ୍କ ୧୪ତମ ସମ୍ମିଳନୀ (ସିଓପି ୧୪)ର ଆୟୋଜନ କରିବ । ଗ୍ରେଟର ନୋଏଡାସ୍ଥିତ ଇଣ୍ଡିଆ ଏକ୍ସପୋସେଂଟର ଆଣ୍ଡ ମାର୍ଟରେ ୨ରୁ ୧୩ ସେପ୍ଟେମ୍ବର, ୨୦୧୯ ପର୍ଯ୍ୟନ୍ତ ଏହାର ଆୟୋଜନ କରାଯିବ । ନୂଆଦିଲ୍ଲୀଠାରେ ସମ୍ମିଳନୀ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତନ ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଥିଲେ ଯେ ଅନୁର୍ବରତା ସମସ୍ୟାର ମୁକାବିଲା ଲାଗି ଭାରତ ସଂକଳ୍ପବ୍ୟକ୍ତ କରିଛି ।ଜାଭଡ଼େକର କହିଥିଲେ ଯେ ଅନୁର୍ବରତା ଏକ ବୈଶ୍ୱିକ ସମସ୍ୟା । ଏହା ଦ୍ୱାରା୨୫ କୋଟି ଲୋକ ଏବଂ ପୃଥିବୀର ଏକ ତୃତୀୟାଂଶ ଭାଗ ପ୍ରଭାବିତ ହେଉଛି । ଏହାର ମୁକାବିଲା କରିବାଲାଗି ଭାରତ ଆସନ୍ତା ୧୦ ବର୍ଷ ମଧ୍ୟରେ ଉର୍ବରତାହରାଇଥିବା ପାଖାପାଖି ୫୦ ଲକ୍ଷ ହେକ୍ଟର ଜମିର ପୁନରୁଦ୍ଧାରକରି ପୁଣିଥରେ ସେଗୁଡ଼ିକୁ ଉର୍ବର କରିବ । ଏଥିରେ ନୂଆଦିଲ୍ଲୀ ଘୋଷଣା ପତ୍ରର ବ୍ୟବସ୍ଥାକୁ ଲାଗୁ କରାଯିବ, ଏହାକୁ ସମ୍ମିଳନୀ ଶେଷରେ ସ୍ୱୀକାର କରାଯିବ । ଏହାଛଡ଼ା ଡେରାଡୁନରେ ଏକ ଉକ୍ରର୍ଷତା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ଜମିର ଉପଯୋଗ ଏବଂ ଏହାର ପରିଚାଳନା ଦିଗରେ ନିରନ୍ତର କାର୍ଯ୍ୟକରିବା ଉପରେ ପରିବେଶ ମନ୍ତ୍ରୀ ପ୍ରତିବଦ୍ଧତାବ୍ୟକ୍ତ କରିଥିଲେ । ସେ କହିଥିଲେ, ପରିବେଶର ସୁରକ୍ଷା ଲାଗି ଆମେ ଆମର କର୍ତବ୍ୟ ପାଳନ କରିବାଉଚିତ । ପରିବେଶ ଉପରେ ଯେପରି କୌଣସି ଖରାପ ପ୍ରଭାବ ନପଡ଼ିବ ତାହା ଆମେ ସୁନିଶ୍ଚିତ କରିବାଉଚିତ । ଆସନ୍ତା ଦୁଇ ବର୍ଷ ଲାଗି ୟୁଏନସିସିସିସିଓପିର ଅଧ୍ୟକ୍ଷ ଭାବେ ଭାରତର ପ୍ରମୁଖ ଭୂମିକା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରୀ ଜାଭଡ଼େକର କହିଥିଲେ, ଅନୁର୍ବରତାର ମୁକାବିଲା ହେଉଛି ବିଶ୍ୱର ସହଭାଗୀ ସଂକଳ୍ପ ଏବଂ ଭାରତ ଏଥିରେ ପ୍ରମୁଖ ଭୂମିକା ନିର୍ବାହକରିବ । ଅନ୍ୟ ଦେଶ ଗୁଡ଼ିକର ସମର୍ଥନ ସହିତ ବିଶ୍ୱକୁ ଏକ ସକାରାତ୍ମକ ଦିଗରେ ନେଇଯିବ । ଉକ୍ତ ୧୨ ଦିନିଆ ସମ୍ମିଳନୀରେ ୧୯୬ଟି ଦେଶର ପ୍ରତିନିଧି ନିଜନିଜର ବିଶେଷଜ୍ଞତା ଉପସ୍ଥାପନ କରିବା ସହିତ ଲକ୍ଷ୍ୟହାସଲ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରାଦନ କରିବେ । ପ୍ରତିନିଧି ମାନଙ୍କ ମଧ୍ୟରେ ଜାତୀୟ ଏବଂ ସ୍ଥାନୀୟ ସରକାରଙ୍କ ବୈଜ୍ଞାନିକ ଏବଂ ପ୍ରତିନିଧି, ବିଶ୍ୱର ପ୍ରମୁଖ ଉଦ୍ୟୋଗୀ, ଏନଜିଓ, ପରିବେଶ ସହ ଜଡ଼ିତ ସଂଗଠନ, ଯୁବଗୋଷ୍ଠୀ, ସାମ୍ବାଦିକ ଏବଂ ସାଧାରଣ ଗୋଷ୍ଠୀ ସାମିଲ ଅଛନ୍ତି । ସୂଚନା ଯୋଗ୍ୟ ଯେ ଏହି ଜାତିସଂଘ ସମ୍ମେଳନ ୧୯୯୬ରେ ଆରମ୍ଭ ହୋଇଥିଲା । ଏହା ଜଳବାୟୁ ପରିର୍ବତନ ଉପରେ ମିଳିତ ଜାତିସଂଘ ଫ୍ରେମୱାର୍କ ସମ୍ମେଳନ (ୟୁଏନଏଫସିସିସି) ଏବଂ ଜୈବ ବିବିଧତା ଉପରେ ସମ୍ମେଳନ (ସିବିଡି) ସହିତ ତିନୋଟି ରିୟୋ ସମ୍ମେଳନ ମଧ୍ୟରୁ ଗୋଟିଏ । ଭାରତ ୧୪ ଅକ୍ଟୋବର୧୯୯୪ରେ ୟୁଏନସିସିଡିରେ ସ୍ୱାକ୍ଷର କରିଥିଲା ଏବଂ ୧୭ ଡିସେମ୍ବର ୧୯୯୬ରେ ଏହାକୁ ମଞ୍ଜୁର କରିଥିଲା । ସମ୍ମେଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଅନୁର୍ବରତାର ମୁକାବିଲାକରିବା ଏବଂ ଉକ୍ର ମରୁଡ଼ି ସମସ୍ୟା ଭୋଗୁଥିବା ରାଷ୍ଟ୍ରରେ ମରୁଡ଼ିର ପ୍ରଭାବକୁ ହ୍ରାସ କରିବାଲାଗି ଏକ ଦୀର୍ଘକାଳୀନ ସମନ୍ୱିତ ରଣନୀତି କାର୍ଯ୍ୟକାରୀ କରିବା । ଯାହା ଫଳରେ ପ୍ରଭାବିତ ଅଂଚଳରେ ଭୂମିର ଉନ୍ନତ ଉତ୍ପାଦକତା, ପୁନର୍ବାସ, ସଂରକ୍ଷଣ ଏବଂ ଭୂମି ଓ ଜଳ ସମ୍ପଦର ନିରନ୍ତର ପରିଚାଳନା ସୁନିଶ୍ଚିତ ହୋଇପାରିବ । ଏହା ଲୋକମାନଙ୍କ ଜୀବନ ନିର୍ବାହସ୍ତରରେ ମଧ୍ୟ ଉନ୍ନତି ଆଣିପାରିବ । ଏହି ସମ୍ମେଳନର ୧୯୭ଟି ପକ୍ଷ ମରୁଡ଼ି ପୀଡ଼ିତ କ୍ଷେତ୍ରର ଲୋକମାନଙ୍କ ଜୀବନ ନିର୍ବାହସ୍ଥିତିରେ ସୁଧାର, ଜମି ଓ ମାଟିର ଉତ୍ପାଦକତାକୁ ବଜାୟ ରଖିବା ଏବଂ ପୁନରୁଦ୍ଧାର କରିବାସହିତ ମରୁଡ଼ିର ପ୍ରଭାବକୁହ୍ରା ସକରିବା ଦିଗରେ କାର୍ଯ୍ୟକରିବେ । ୟୁଏନସିସିଡି ଅନୁର୍ବର ହୋଇପଡ଼ିଥିବା ଜମିର ଉର୍ବର କ୍ଷମତାଫେରାଇ ଆଣିବାରେ ସ୍ଥାନୀୟଲୋକଙ୍କ ଭାଗୀଦାରୀକୁ ପ୍ରୋତ୍ସାହିତ କରିବାଲାଗି ସଂକଳ୍ପବଦ୍ଧ ।