ମିଳିତ ଅବକାରୀ ଧରପଗଡ : ୨ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଅଲରା, ସାତଘରିଆ, ବାଲିପଡା, ସିରିସୀପଦା ପ୍ରଭୃତି ଗ୍ରାମରେ ମିଳିତ ଅବକାରୀ ଧରପଗଡ ହୋଇଥିଲା । ଏଥିରେ ବିପୁଳ ପରିମାଣର ଚୋରା ଦେଶୀ ରନ୍ଧା ମଦ ଜବତ କରିବା ସହ ମହୂଲ ପୋଚ ନଷ୍ଟ କରାଯାଇଥିବାର ଜଣାପଡିଛି । ଘଟଣାରେ ସମ୍ପୃକ୍ତ ୨ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି । ଅବକାରୀ ନିରୀକ୍ଷକ ପ୍ରକସା ଚନ୍ଦ୍ର ସାହୁଙ୍କ ତତ୍ୱାବଧାନରେ ମୋହନା ଥାନା ପୋଲିସ ମିଳିତ ଭାବେ ମୋହନା ଥାନା ଅନ୍ତର୍ଗତ ଅଲରା, ସାତଘରିଆ, କାଲିପଡା ଓ ଶିରିଶିପଦା ପ୍ରଭୃତି ଗ୍ରାମାଞ୍ଚଳରେ ଆଚାନକ ଚଢଉ କରି ୨୬୪୦ ଲିଟର ମହୂଲି ପୋଚକୁ ନଷ୍ଟ କରିଥିବା ବେଳେ ୧୨୦ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିଥିବାର ଜଣାପଡିଛି । ଏହାସହ ମଦ ପ୍ରସ୍ତୁତି ପାଇଁ ବ୍ୟବହୃତ ବହୁ ସାମଗ୍ରୀକୁ ମଧ୍ୟ ଜବତ କରାଯାଇଥିବାର ଜଣାପଡିଛି । ଘଟଣାରେ ସମ୍ପୃକ୍ତ କୁଶ ବିଷୋଇ ଠାରୁ ୨୦ ଲିଟର ଏବଂ ଜିତା ସାହୁ ଠାରୁ ୨୦ ଲିଟର ମଦ ସହ ଗିରଫ କରାଯାଇଥିବାର ବିଭାଗୀୟ ସୂତ୍ରରୁ ପ୍ରକାଶ । ଏହି ଚଢଉରେ ଭ୍ରାମ୍ୟମାଣ ଅବକାରୀ ସ୍କ୍ୱାର୍ଡର ଏସ୍‌.ଆଇ. କିଶୋର ଚନ୍ଦ୍ର ରଥ, ଏ.ଏସ୍‌.ଆଇ. ମୋଜେଶ ଶବର, ଆର୍‌.ଉଦୟଗରି ଅବକାରୀ ବିଭାଗର ଏଏସ୍‌ଆଇ ଘନଶ୍ୟାମ ଜେନା ପ୍ରମୁଖଙ୍କ ସହ ଭ୍ରାମ୍ୟମାଣ ସ୍କ୍ୱାର୍ଡର କର୍ମଚାରୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ