ମିଳିତ ଅଭିଯୋଗ ଶୁଣାଣି: ସମାଧାନ ହେଲା ୧୨୪ଟି ଅଭିଯୋଗ
ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ୍): ବାଲେଶ୍ୱର ସଦର ବ୍ଲକ ସମ୍ମିଳନୀ କକ୍ଷରେ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦାୟିତ୍ୱ ଗ୍ରହଣ ପରେ ପ୍ରଥମ ଥର ଲାଗି ନୂତନ ଜିଲ୍ଲାପାଳ ଶ୍ରୀ କେ. ସୁଦର୍ଶନ ଚକ୍ରବର୍ତୀ ଆଜି ମିଳିତ ଅଭିଯୋଗ ଶୁଣାଣି ଶିବିରରେ ଉପସ୍ଥିତ ରହି ଲୋକମାନଙ୍କର ଆପତି ଅଭିଯୋଗ ଶୁଣିଥିଲେ । ଆଜିର ଶିବିରରେ ମୋଟ ୨୪୫ଟି ଅଭିଯୋଗ ପ୍ରାପ୍ତ ହୋଇଥିବା ବେଳେ ସେଥି ମଧ୍ୟରୁ ୧୨୪ଟିର ତକ୍ରାଳ ସମାଧାନ କରାଯାଇଛି । ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ନିଜର ଆପତି, ଅଭିଯୋଗ ଏବଂ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ଆସିଥିବା ବେଳେ ସେଥି ମଧ୍ୟରେ ବିଭିନ୍ନ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟା ରହିଥିଲା । ଆଜିର ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ବି. ଯୁଗଳ କିଶୋର , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସମ୍ବିତ ନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଳ ସେନ ଜଗଦ୍ଦେବଙ୍କ ସମେତ ଅନ୍ୟାନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀଗଣ ଉପସ୍ଥିତ ରହି ନିଜ ନିଜ ବିଭାଗ ସମ୍ବନ୍ଧିତ ସମସ୍ୟାଗୁଡିକର ସମାଧାନ କରିଥିଲେ ।