ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’

ବାଲେଶ୍ୱର,ଯୁଗାବ୍ଦ ନ୍ୟୁଜ) : ଗୁଜୁରାଟ, କେରଳ, ବିହାର ସହିତ ଯୋଡ଼ି ହେଲା ଭାରତର ପୂର୍ବ ପଟରେ ଥିବା ଛୋଟ ରାଜ୍ୟ – ମିଜୋରାମ । ଏହି ରଜ୍ୟର ମୁଖ୍ୟମନ୍ତ୍ରୀ ଜୋରାମ ଥାଙ୍ଗା ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୨୦୧୯ ମସିହା ଏପ୍ରିଲ୧ ତାରିଖରୁ ମଦମୁକ୍ତ ଘୋଷଣା କରିଥିଲେ । ନିର୍ବାଚନ ସମୟରେ ଏହିି ଦଳର ମୁଖ୍ୟ ନିଶା ନିବାରଣକୁ ତାଙ୍କର ଇସ୍ତାହାରରେ ରଖିଥିଲେ ଏବଂ ଜନମତକୁ ସମ୍ମାନ ଦେଇ ଏହାକୁ ୧ ଏପ୍ରିଲ ଠାରୁ ପାଳନ କରିବାକୁ ଯାଉଛନ୍ତି । ଏହାଠୁ ଉନ୍ନତ ରାଜ୍ୟ ନୁହେଁ ଏବଂ ବର୍ଷକୁ ପ୍ରାୟ ୨୦୦କୋଟି ଟଙ୍କା ଏହି ବାବଦକୁ ସରକାର ହରାଇବେ । ଗୋଟେ ରାଜ୍ୟ ପାଇଁ ୨୦୦ କୋଟି ଅନେକ କିଛି ହୋଇନପାରେ କିନ୍ତୁ ମୁଖ୍ୟମନ୍ତ୍ରୀ ଶ୍ରଯୁକ୍ତ ଥାଙ୍ଗା ଏହାକୁ ଭ୍ରୁକ୍ଷେପ ନକରି ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ । ଆମ ରାଜ୍ୟରେ ଏହାର କ’ଣ ଆବଶ୍ୟକତା ନାହିଁ? ଅଛି ନିଶ୍ଚୟ । ଅଥଚ ଏବେ ସାଧାରଣ ନିର୍ବାଚନ ସମୟରେ କୌଣସି ଦଳ ଏହାକୁ ଗୁରୁତ୍ୱ ଦେଇନାହାନ୍ତି କିମ୍ବା ଦେଲାଭଳି ଆଉ ମନେ ହେଉ ନାହିଁ । ପ୍ରତିଦିନ ଶହଶହ ଲିଟର ମଦ, କେଜି କେଜି ଭାଙ୍ଗ ଓ ବ୍ରାଉନ ସୁଗାର ରାଜ୍ୟରେ ଧରା ପଡ଼ୁଛି । କିନ୍ତୁ ଏହାପାଇଁ କେଉଁ ଦଳର ଚିନ୍ତା ନାହିଁ – ଗୁରୁତ୍ୱ ନାହିଁ । ତଥାପି ରାଜ୍ୟରେ ଥିବା ‘ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ’ ଓଡ଼ିଶାକୁ ମଦମୁକ୍ତ ରାଜ୍ୟଭାବେ ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିବାକୁ ଅଡ଼ି ବସିଛି । ଏଥି ନିମନ୍ତେ ଓଡ଼ିଶାବାସୀ ସରକାର ଏବଂ ଦଳର ସଭାପତିମାନଙ୍କ ମୁହଁରୁ କିଛି ଘୋଷଣା ଶୁଣିବା ପାଇଁ ଆଶାୟୀ । ସରକାର ହୁଅନ୍ତୁ ବା ଅନ୍ୟ ଦଳ ହେଉ, ଖର୍ଚ୍ଚ କରୁଥିବା ନିର୍ବାଚନ ଅର୍ଥ, ମାଦକ ଦ୍ରବ୍ୟରୁ ଆସୁଥିବା ରାଜସ୍ୱ ଆଦାୟ ପ୍ରାୟ ଅଢ଼େଇ ହଜାର କୋଟି ଟଙ୍କାଠୁ ଯଥେଷ୍ଟ ବେଶୀ । ଏହାର ମୂଳ କାରଣ ହେଲା, ମଦ ବା ମାଦକ ଦ୍ରବ୍ୟକୁ ନେତାମାନେ ବ୍ୟବହାର କରି ପ୍ରଚୁର ଭୋଟ ହାତେଇବା ପାଇଁ ଚେଷ୍ଟା କରନ୍ତି । ମୂଳ ଅସ୍ତ୍ର ହେଉଛି ମଦ । ଏହାକୁ ସାଧାରଣ ନିର୍ବାଚନରେ ବାଦ ଦେଇ କୌଣସି ପ୍ରାର୍ଥୀ ଜିତି ପାରିବେ ନାହିଁ, ତଥାପି ବାଲେଶ୍ୱରର ଅଗ୍ରଣୀ ଅନୁଷ୍ଠାନ ‘ମୋନା’ ତରଫରୁ ସମସ୍ତ ରାଜନେତାଙ୍କୁ ବିନୀତ ଅନୁରୋଧ, ଯଦି ମିଜୋରାମ ୨୦୦ କୋଟିକୁ ବଳି ଦେଇପାରିଲା, ତେବେ ଆମ ରାଜ୍ୟ ଅଢ଼େଇହଜାର କୋଟିକୁ କ’ଣ ଲୋକଙ୍କ ସ୍ୱାର୍ଥରେ ବଳି ଦେଇପାରିବେ ନାହିଁ ! ଏଥି ନିମନ୍ତେ ‘ମୋନା’ ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ