ମିଳିତ ଜନ ଅଭିଯୋଗ ଶୁଣାଣିରେ ୨୨ ଅଭିଯୋଗ: ସଚେତନତା ଅଭାବରୁ ଅଭିଯୋଗ ସଂଖ୍ୟାକମ୍ ଥିଲା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ସଭାଗୃହରେ ସୋମବାର ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ହେଇଥିବା ମାତ୍ର ୨୨ଟି ଅଭିଯୋଗର ଶୁଣାଣି ହୋଇଥିଲା ।ପ୍ରଧାନମନ୍ତ୍ରୀ ଆବାସରେ ୩ଟି, ମଧୁବାବୁ ପେନସନରେ ୩ଟି, ଡ୍ରେନେଜ ସମସ୍ୟାରେ୨ଟି କାଳିଆଯୋଜନାରେ ୨ଟି ସମେତ ଶିକ୍ଷା, ଜାତୀୟ ମଙ୍ଗଳପରିବାରଯୋଜନା, ପେନସନ,ରେସନ କାର୍ଡ, ରାସ୍ତା, ଆଧାର କାର୍ଡ, ସାମାଜିକ ଆର୍ଥିକ ଜନଗଣନରେ ନାମ ନଥିବା, ଭୂମିହୀନଙ୍କୁ ପଟ୍ଟା ଯୋଗାଇବାରେ ବିଳମ୍ବ ଆଦି ଅଭିଯୋଗ ହୋଇଥିଲା । ଜିଲାପାଳ ଜ୍ଞାନ ରଞ୍ଜନ ଦାଶ, ଜିଲା ପ୍ରକଳ୍ପ ଅଧିକାରୀ ମଧୁସୂଦନ ମିଶ୍ର, ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ବାରିସ କୁମାର ଦାଶ, ଉପଜିଲାପାଳ ପିତାମ୍ବର ସାମଲ, ଜିଲା ଆରକ୍ଷୀ ଅଧିକ୍ଷକ ରାଜେଶ ପଣ୍ଡିତ, ତହସିଲଦାର ମନୋରମା ଜାଲି, ବିଡିଓ ରେବେକା ବିଲୁଙ୍ଗ, ବ୍ଲକ ଅଧ୍ୟକ୍ଷ ଦେବେନ୍ଦ୍ର୍ର କୁମାର ଜେନା, ଜିଲା ଶିଶୁ ମଙ୍ଗଳ ଅଧିକାରିଣୀ ଆଶାଲତା ମହାନ୍ତି, ଅତିରିକ୍ତ ଜିଲା ପ୍ରାଣୀ ଚିକିତ୍ସାଧିକାରୀ ଗଗନ ପଣ୍ଡା, ଜିଲା ଯୋଗାଣ ଅଧିକାରୀ ମାନସ ମହାପାତ୍ର ଶିବିରରେ ଉପସ୍ଥିତ ରହି ଅଭିଯୋଗ ଶୁଣିଥିଲେ । ଶିବିରରେ ଜିଲା ମତ୍ସ୍ୟାଧିକାରିଣୀ ଶୁଭସ୍ମିତା ଘଡେଇ, ଜିପିଓ ନିଶିକାନ୍ତ ଖୁଣ୍ଟିଆ, ବ୍ଲକ ଯୋଗାଣ ଅଧିକାରୀ ଅଶୋକ ବେହେରା, ସମାଜିକ ସୁରକ୍ଷା ବିଭାଗର ନିଶାକର ଖୁଣ୍ଟିଆ, ଗ୍ରାମ୍ୟ ଜଳ ଯୋଗାଣ ସହକାରୀ ଯନ୍ତ୍ରୀ ସୁଶାନ୍ତ କୁମାର ପଣ୍ଡା, ସିଡିପିଓ ରେଣୁବାଳା ଦାଶ, ଜଳ ପରିମଳ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣେନ୍ଦୁ ମିଶ୍ର, ବ୍ଲକ ସହକାରୀ ପ୍ରାଣୀ ଚିକିତ୍ସକ କମଳଲୋଚନ ବେହେରା, ବ୍ଲକ ଶିକ୍ଷାଧିକାରିଣୀ ବାସନ୍ତୀଲତା ମିଶ୍ରଙ୍କ ସମେତ ସମସ୍ତ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ । ପ୍ରଶାସନିକ ସଚେତନତା ଅଭାବରୁ ଅଭିଯୋଗ ଶୁଣାଣି ଶିବିରରେ ଅଭିଯୋଗ ସଂଖ୍ୟା ବହୁତ କମ୍ ହୋଇଥିଲା ବୋଲି ସାଧାରଣରେ ଚର୍ଚ୍ଚାହେଉଛି ।