ମିଳିତ ନିଶା ନିବାରଣ ଅଭିଯାନର ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):‘ମିଳତି ନିଶା ନିବାରଣ ଅଭିଯାନ(ମାନା)’ର ମାସିକ ବୈଠକ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଖନ୍ତାପଡା଼ର ଲଈଛଣପୁର ମଦଦୋକାନ ଉଚ୍ଛେଦ ଦାବିକରି ଆକ୍ରମଣର ଶିକାର ହୋଇଥିବା ମହିଳା ଓ ପୁରୁଷମାନଙ୍କ ସମ୍ବନ୍ଧରେ ଆଲୋଚନା କରାଯାଇ ଅଭିଯାନ ପକ୍ଷରୁ ଏହାର ଆଇନଗତ ସହାୟତା ଦେବାକୁ ନିଷ୍ପତ୍ତି ନିଆଗଲା । ସାଧାରଣ ସଂପାଦିକା ମମତା ମହାପାତ୍ରଙ୍କ ପ୍ରସ୍ତାବ ଅନୁସାରେ ଆସନ୍ତା ସେପ୍ଟେମ୍ବର ୧୭ ତାରିଖ ଆନ୍ତର୍ଜାତିକ ବେଳାଭୂମି ସଫେଇ ଦିବସରେ ଜିଲା ପ୍ରଶାସନ ଦ୍ୱାରା ଚାନ୍ଦିପୁର ବେଳାଭୂମିରେ ହେବାକୁ ଥିବା ସଫେଇ କାର୍ଯ୍ୟକ୍ରମରେ ମାନା ଅଂଶ ଗ୍ରହଣ କରିବା ଏହି ବୈଠକରେ ସିଦ୍ଧାନ୍ତ ନିଆଯାଇଛି । ପ୍ରତିବର୍ଷ ପରି ଚଳିତବର୍ଷ ଗାନ୍ଧି ଜୟନ୍ତୀରେ ସହିଦପାର୍କ ସ୍ଥିତ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯବାକୁ ସ୍ଥିର କରାଯାଇଥିଲା । ସୁବ୍ରତ କର, ଡ. କେଶବ ଚରଣ ପଣ୍ଡା, ଡ. କ୍ଷିତୀଶ୍ୱର ଦାଶ, କୁମୁନ୍ଦ ରଞ୍ଜନ ଗିରି, ଅର୍ଚ୍ଚନା ନନ୍ଦୀ, ପ୍ରଫୁଲ୍ଲ କୁମାର ଦାସ, ନିରଞ୍ଜନ ରାଉତ, ଗୀତାଞ୍ଜଳି ସିଂହ, ତ୍ରିଦୀବ ନାୟକ, କମଳାକାନ୍ତ ଦାଶ, ଅକ୍ଷୟ ତ୍ରିପାଠୀ, ରମେଶଚନ୍ଦ୍ର ଜେନା, କ୍ରୀଷ୍ଣା ସାହା, ପଦ୍ମିନୀ ଅଧିକାରୀ, ସନାତନ ଦାସ, ବେଣୁଧର ସାହୁ, ପ୍ରସନ୍ନ କୁମାର ପାଢ଼ୀ ଓ ବସନ୍ତ ପ୍ରଧାନ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ଭାରତୀ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ