ମିଳିତ ନିଶା ନିବାରଣ ଅଭିଯାନ (ମନା) ବାଲେଶ୍ୱରର ମାସିକ ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ମିଳିତ ନିଶା ନିବାରଣ ଅଭିଯାନ (ମନା) ବାଲେଶ୍ୱରର ମାସିକ ବୈଠକ ନେଳିଆବାଗସ୍ଥିତ କାର୍ଯ୍ୟାଳୟରେ ଆଇନଜୀବୀ ପ୍ରଭାକର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ‘ମନା’ର କାର୍ଯ୍ୟକ୍ରମକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ନିଶା ବିରୋଧି ସଚେତନତା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ସ୍ଥିର କରାଯାଇଛି । ଏହି ବୈଠକରେ ଉପଦେଷ୍ଟା ସୁବ୍ରତ କର, ଉପସଭାପତି ଡ. କ୍ଷିତୀଶ୍ୱର ଦାଶ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, କୁମୁଦ ରଞ୍ଜନ ଗିରି, ପ୍ରଫୁଲ୍ଲ କୁମାର ଦାସ, ଅକ୍ଷୟ କୁମାର ତ୍ରିପାଠୀ, ସୀତାରାମ ପ୍ରଧାନ, ସୁଶ୍ରୀ ଗୀତାଞ୍ଜଳି ସିଂହ, ଭାରତୀ ପଣ୍ଡା, କଲ୍ୟାଣୀ ନନ୍ଦ, ବିରେନ୍ଦ୍ର ନାରାୟଣ ପ୍ରହରାଜ, ଅବନ୍ତୀ ପ୍ରଧାନ, ସନାତନ ଦାସ, ଶଶାଙ୍କ ଶେଖର ଦତ୍ତ, ରବିନାରାୟଣ ଭୋଳ, ଶଚୀନ୍ଦ୍ର ଦାସ, ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ବେଣୁଧର ସାହୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ