ମିଳିତ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନରେ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ୨୦୧୩ ମସିହା ଠାରୁ ନିଯୁକ୍ତିପ୍ରାପ୍ତ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନେେଇ ଗଠିତ ‘ଓଡ଼ିଶା କଳା ଓ କ୍ରୀଡ଼ା ଶିକ୍ଷକ ମହାସଂଘ’ ଦୀର୍ଘ ୧୧ ବର୍ଷ ଧରି ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରି ବିଧାନସଭା ସମ୍ମୁଖରେ ଧାରଣା ଦେବା ସହ ସରକାରଙ୍କ ସହ ଯୋଗାଯାଗରେ ରହିଆସିଛନ୍ତି । ଗତ ଡିସେମ୍ବର ୨୦୨୨, ବିଧାନସଭାର ଶୀତକାଳୀନ ଅଧିବେଶନରେ ଧାରଣାସ୍ଥଳରୁ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ମୋରଡ଼ା ବିଧାୟକଙ୍କ ତତ୍ତ୍ୱାବଧାନରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ରାଜ୍ୟ ସଚିବାଳୟର ତୃତୀୟ ମହଲାକୁ ଯାଇ ଶ୍ରୀମତୀ ରୁପାରୋଶନ ସାହୁ (ଆଇଏଏସ୍‌)ଙ୍କ ସହ ଆଲୋଚନା କରି ଧରଣାକୁ ସ୍ଥଗିତ ରଖିଥିଲେ । ପରେ ୨୦୨୩ ମାର୍ଚ୍ଚ ମାସ ବଜେଟ ଅଧିବେଶନ ସମୟରେ ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀମାନେ ଧାରଣାସ୍ଥଳରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଅଭିମୁଖେ ଅଗ୍ରସର ହେଉଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବଙ୍କ ହସ୍ତକ୍ଷେପ ଫଳରେ ମହାସଂଘର ଏକ ପ୍ରତିନିଧି ମଣ୍ଡଳୀ ସଚିବାଳୟ ଯାଇ ବିସ୍ତୃତ ଭାବେ ଦାବି ସମ୍ବନ୍ଧରେ ଆଲୋଚନା କରିବା ପରେ ସମ୍ମାନନୀୟା ସଚିବ ପ୍ରତିଶ୍ରୁତି ଦେଇଥିଲେ ଯେ ଯଥାଶୀଘ୍ର ମହାସଂଘର ଦାବି ପୂରଣ ନିମନ୍ତେ ପ୍ରଚେଷ୍ଟା କରାଯିବ । ସଚିବଙ୍କ ପ୍ରତିଶ୍ରୁତିକୁ ସମ୍ମାନ ଜଣାଇ ମହାସଂଘ ଆନ୍ଦୋଳନକୁ ସ୍ଥଗିତ ରଖିଥିଲା ।ମହାସଂଘ ଆଜି ପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ପଦାଧିକାରୀଙ୍କ ସହ ଯୋଗାଯୋଗରେ ଅଛି ଏବଂ ଅନୁଭବ କରିଛନ୍ତି ଯେ, ସରକାର ପୂର୍ବାପେକ୍ଷା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦାବି ବିଚାର କରି ନିଷ୍ପତ୍ତି ନେବା ପାଇଁ ସ୍ଥିର କରିଛନ୍ତି । ମହାସଂଘର ଆଶା, ପ୍ରିୟ ମୁଖ୍ୟମନ୍ତ୍ରୀ କଳା ଓ କ୍ରୀଡ଼ାର ବିକାଶଧାରାରେ ଏକ ମାଇଲ୍ ଖୁଣ୍ଟ ପାଲଟିବେ ଏବଂ ଯଥାଶୀଘ୍ର ୧୧ ବର୍ଷ ଧରି ନିଷ୍ଠାର ସହ କାର୍ଯ୍ୟ କରି ଆସୁଥିବା ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ କରିବେ ବୋଲି ଆମର ପ୍ରଗାଢ ବିଶ୍ୱାସ ରହିଛି । ତେଣୁ ମହାସଂଘ ବର୍ତ୍ତମାନ ପରିସ୍ଥିତିକୁ ବିଚାର କରି ୫ ହଜାର ପାର୍ଟ ଟାଇମ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମିଳିତ ପ୍ରାଥମିକ ଶିକ୍ଷକମାନଙ୍କ ଚାଲିଥିବା ଆନ୍ଦୋଳନରେ ସାମିଲ୍ ହେବେନାହିଁ କିମ୍ବା ମାସ୍‌ଲିଭ୍‌ରେ ଦସ୍ତଖତ କରିବେ ନାହିଁ ବୋଲି ମହାସଂଘର ଆବାହକ ଚନ୍ଦ୍ରଶେଖର ପାଢୀ, ଦେବବ୍ରତ ପଟ୍ଟନାୟକ, ଜଗଜ୍ଜୀବନ ନାୟକ, କର୍ମକର୍ତ୍ତା ପ୍ରଦୀପ କୁମାର ଦାସ, ରଶ୍ମୀରଞ୍ଜନ ସାହାଣୀ, ସୁଶାନ୍ତ ସାହୁ, ଆରତୀ ଆଚାର୍ଯ୍ୟ, ଧର୍ମେନ୍ଦ୍ର ପଣ୍ଡା, ଅରୁଣ ଜେନା, ପ୍ରମୋଦ ପଟ୍ଟନାୟକ, ସୁଚିତ ଖୋରା, ରଘୁନାଥ ସାମଲ, ଅବିନାଶ ଦାଶ, କୃଷ୍ଣଚନ୍ଦ୍ର ନାୟକ, ସ୍ୱାତୀ ମୁକ୍ତା, ଗୌରଗୋପାଳ ଦତ୍ତ, ବାବାଜୀ ଚରଣ ଦାସ, ରଶ୍ମୀରଞ୍ଜନ ମିଶ୍ର, ପ୍ରମୋଦ ଦୋରା, ନିଗମାନନ୍ଦ ମିଶ୍ର ପ୍ରମୁଖ ଏକ ପେସ୍ ବିବୃତ୍ତିରେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ