ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ବିଭିନ୍ନ ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ (ନୂତନ ପେନ୍‌ସନ ଯୋଜନା) କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ୩ଦଫା ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ସେହି ଦାବିପତ୍ରରେ ଥିବା ଦାବି ଗୁଡିକ ହେଲା ପ୍ରାଥମିକ ଶିକ୍ଷକଙ୍କ ନିଯୁକ୍ତିର ଚୁକ୍ତିଭିତ୍ତିକ ଧାରାକୁ ରଦ୍ଦ କରିବା, ୨୦୦୧ ମସିହାରୁ ୬ବର୍ଷର ଶିକ୍ଷା ସହାୟକ, କନିଷ୍ଠ ଶିକ୍ଷକ(ଚୁକ୍ତିଭିତ୍ତିକ)ଭାବରେ ନିୟୋଜିତ ସମସ୍ତ ପ୍ରାଥମିକ ଶିକ୍ଷକଙ୍କ ପାଇଁ ଜାତୀୟ ଇନ୍‌କ୍ରିମେଣ୍ଟ୍ ଓ ସୁବିଧା ବୃଦ୍ଧି ଏବଂ ଚୁକ୍ତିନାମା ଅନୁଯାୟୀ ଜି.ଏ. ବିଭାଗ ପକ୍ଷରୁ ଅଗଷ୍ଟ ୧୬ତାରିଖରେ କରାଯାଇଥିବା ନୋଟିଫିକେସନ୍ (୨୯୦୭୬/ଜି.ଇ.ଏନ୍‌.) ଅନୁଯାୟୀ ସମସ୍ତ ପ୍ରାଥମିକ ଶିକ୍ଷକମାନଙ୍କୁ କେନ୍ଦ୍ରୀୟ ହାରରେ ୩୫,୪୦୦ଟଙ୍କା ଦରମା ନିଯୁକ୍ତି ତାରିଖଠାରୁ ପ୍ରଦାନ କରିବା, ପୁରୁଣା ପେନ୍‌ସନ ଯୋଜନାର ପୁୁନରୁଦ୍ଧାର ଓ ପ୍ରଚଳନ କରିବା ଇତ୍ୟାଦି ଦାବିଗୁଡିକ ପୂରଣ କରିବା ପାଇଁଁ କେନ୍ଦ୍ରାପଡା ଜିଲ୍ଲା ମିଳିତ ପ୍ରାଥମିକ ଶିକ୍ଷକ ମହାସଙ୍ଘ ପକ୍ଷରୁ ଦୀପକ କୁମାର ମହାନ୍ତି, ବିପିନ୍ ବିହାରୀ ପାତ୍ର, ସୁରଥ କୁମାର ସାହୁ, ଅକ୍ଷୟ କୁମାର ପୋଥାଳ, ରାମଚନ୍ଦ୍ର ଆଚାର୍ଯ୍ୟ, ମଞ୍ଜୁଲତା ନାୟକ, ମଧୁସ୍ମିତା ମଲ୍ଲ, ନରେଶ କୁମାର ପାତ୍ର, ସୁନନ୍ଦା ଓଝା, ସୁକାନ୍ତୀ ଖଟୁଆ, ନିରୂପମା ମହାପାତ୍ର, ପ୍ରଭଞ୍ଜନ ମିଶ୍ର, ସୁଶାନ୍ତ କୁମାର ସ୍ୱାଇଁ, ପ୍ରଦୀପ କୁମାର ରାଉତ, ଜଗନ୍ନାଥ ମଲ୍ଲିକ, ରାଜେନ୍ଦ୍ର କାଣ୍ଡି, ଶ୍ରୀଧର ସେଠୀ, ସ୍ନିଗ୍ଧା ମହାରଥିଙ୍କ ସମେତ ଅନ୍ୟ ଶିକ୍ଷକବୃନ୍ଦ ଦାବିପତ୍ର ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ