ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ପ୍ରତିବାଦ ସଭା,ଦାବୀ ପୂରଣ ନ ହେଲେ ସମୂହ ଛୁଟି ରେ ଓଲ୍ହାଇବେ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକର ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପକ୍ଷରୁ ରବିବାର ସ୍ଥାନୀୟ ପିଏନୟୁଏ କଲେଜ ପରିସରରେ ଏକ ପ୍ରତିବାଦ ସଭା ସଭାପତି କୃଷ୍ଣ ଚନ୍ଦ୍ର ଦାସଙ୍କ ପୌରହିତ୍ୟ ରେ ଅନୁଷ୍ଠିତ ହୋଇଯାଇଛି l ସଂଘ ର ଦାବୀ ଅନୁସାରେ ୨୦୦୧ ରୁ ନିଯୁକ୍ତି ପାଇଥିବା ସମସ୍ତ ପ୍ରାଥମିକ ଶିକ୍ଷକ ମାନଙ୍କ ଚୁକ୍ତି ଭିତ୍ତିକ ପ୍ରଥା ଉଛେଦ କରିବା ସାଙ୍ଗକୁ ସେମାନଙ୍କ ବଂକେୟା ଥିବା ଛଅଟି ଇନକ୍ରିମେଣ୍ଟକୁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରଦାନ କରାଯାଉ,ଅନ୍ୟ ରାଜ୍ୟ ମାନଙ୍କ ରେ ଶିକ୍ଷକମାନଙ୍କୁ ଦିଆଯାଉଥିବା ପେ ସ୍କେଲ ଅନୁସାରେ ଆମର ଶିକ୍ଷକ ମାନଙ୍କୁ ୩୫୪୦୦ଟଙ୍କା ପ୍ରଦାନ କରାଯାଉ l ନୂତନ ଭାବେ ଲାଗୁ କରାଯାଇଥିବା ପେନସନକୁ ବାଦଦେଇ ପୁରୁଣା ପେନସନ ଯୋଜନା କୁ କାର୍ଯ୍ୟକାରୀ କରାଯିବା ପାଇଁ ସଂଘ ପକ୍ଷରୁ ଗତ ନଭେମ୍ବର ମାସ ରେ ଦାବୀ କୁ ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରାଯାଇଥିଲା l ସରକାରଙ୍କ ତରଫରୁ ଲିଖିତ ପ୍ରତିଶୃତି ମିଳିବା ପରେ ଆନ୍ଦୋଳନ କୁ ସ୍ଥଗିତ କରାଯାଇଥିଲା l କିନ୍ତୁ ସରକାର ଦାବୀ ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି l ତେଣୁ ବିଧାନସଭା ଅଧିବେଶନ ପୂର୍ବରୁ ପ୍ରାଥମିକ ଶିକ୍ଷକଙ୍କ ଉପରୋକ୍ତ ଦାବିକୁ ପୂରଣ କରା ନ ଗଲେ ସମସ୍ତ ପ୍ରାଥମିକ ଶିକ୍ଷକ ବାଧ୍ୟ ହୋଇ ବିଧାନସଭା ଅଧିବେଶନ ସମୟରେ ସମୂହ ଛୁଟି ଓଲ୍ହାଇବେ ବୋଲି ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସଭାପତି ଶ୍ରୀ ଦାସ ଏହା କହିଛନ୍ତି l ଏହି ପ୍ରତିବାଦ ସଭା ରେ ଛତ୍ରପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ସମ୍ପାଦକ ମନୋଜ କୁମାର ତ୍ରିପାଠୀ ଏବଂ ପିତାମ୍ବର ବେହେରା,ଶିବ ଶଙ୍କର ଗୌଡ଼,ଦିଲ୍ଲୀପ କୁମାର ପଲେଇ,ରିତା ରଥ,ମନୋରଞ୍ଜନ ପଲେଇ,ରୀନା ରାଣୀ ମହାନ୍ତି,ଆର ଶିବାଜୀ, ବିଭୁଦତ୍ତ ଶତପଥି,ସ୍ଥିତପ୍ରଜ୍ଞା ହୋତା,ଅରୁଣାଞ୍ଚଳ ବେହେରା,ତ୍ରିନାଥ ସାହୁ,ସିଏଚ କିରଣ କୁମାର,ବସନ୍ତ କୁମାର ନାହାକ,ପ୍ରଦୀପ କୁମାର ପଲେଇ,ଚକ୍ରଧର ବେହେରା ଓ ନିର୍ମଳ ଗୌଡ଼ ଙ୍କ ସମେତ ଶତାଧିକ ଶିକ୍ଷକ /ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ l