ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘର ୨୩ତମ ବାର୍ଷିକ ଉତ୍ସବ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଶିକ୍ଷା କ୍ଷେତ୍ରରେ କେନ୍ଦ୍ରାପଡା ଜିଲ୍ଲାର ସ୍ୱତନ୍ତ୍ର ସ୍ଥାନ ରହିଛି । ତେବେ ଶିକ୍ଷକମାନେ ସମୟାନୁବର୍ତ୍ତିତା ପାଳନକଲେ ଶିକ୍ଷାର ସ୍ତର ସଫଳତାର ଶୀର୍ଷରେ ପହିଁଚି ପାରିବ ବୋଲି କେନ୍ଦ୍ରାପଡା ଜିଲ୍ଲାପାଳ ସମର୍ଥ ବର୍ମା ଆହ୍ୱାନ ଦେଇଛନ୍ତି । ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ (ୟୁଟିଆ)ପକ୍ଷରୁ କେନ୍ଦ୍ରାପଡା ସାନ୍ଧ୍ୟ ମହାବିଦ୍ୟାଳୟ ପରିସରରେ ଆୟୋଜିତ ୨୩ତମ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାପାଳ ଶ୍ରୀ ବର୍ମା ଉତ୍ସବକୁ ଉଦଘାଟନ କରି ସମବେତ ଶିକ୍ଷକମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ ଗୁଣାତ୍ମକ ଶିକ୍ଷାର ବିକାଶ କ୍ଷେତ୍ରରେ ଶିକ୍ଷକମାନେ ଉତ୍ସର୍ଗୀକୃତ ଓ ନିଷ୍ଠା ସମ୍ପନ୍ନ ଭାବେ କାର୍ଯ୍ୟ କରିବା ଉଚିତ । କଣ୍ଡୁରୀ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ୟୁଟିଆ ରାଜ୍ୟ ସଭାପତି ତଥା ପୂର୍ବତନ ବିଧାୟକ ବିକ୍ରମ କେଶରୀ ବର୍ମା,ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନା ବେହେରା,ମୁଖ୍ୟବକ୍ତା ଅଧ୍ୟାପକ ଡଃ.ଯୁଧିଷ୍ଠିର ଖଟୁଆ,ଓ ସମ୍ମାନୀତ ଅତିଥି ଶିକ୍ଷକନେତା ଉପେନ୍ଦ୍ର ନାଥ ସ୍ୱାଇଁ,ପ୍ରାବନ୍ଧିକ ବିଧାନ ଚନ୍ଦ୍ର ସାମଲ ପ୍ରମୁଖ ଯୋଗଦେଇ ଶିକ୍ଷକମାନେ ସେମାନଙ୍କ ଭୂମିକା ଓ ଉତ୍ତରଦାୟିତ୍ୱ ସୁଚାରୁରୂପେ ନିର୍ବାହକଲେ ସମାଜରେ ଯଶସ୍ୱୀ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଜିଲ୍ଲା ସମ୍ପାଦକ ହେମନ୍ତ ଜେନାଙ୍କ ସଂଚାଳନରେ ସଙ୍ଘ ପକ୍ଷରୁ ଜିଲ୍ଲାପାଳ ଶ୍ରୀ ବର୍ମାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏତଦଭିନ୍ନ ସେବାନିବୃତ ଶିକ୍ଷକ ଓ କର୍ମଚାରୀ ବସନ୍ତ କୁମାର ମଲ୍ଲିକ, ସୁରେଶ ଚନ୍ଦ୍ର ଜେନା, ଉତ୍ତମ କୁମାର ପ୍ରଧାନ, ପ୍ରତାପ କୁମାର ନାୟକ, ଚିତ୍ତରଞ୍ଜନ ରାଉତ, ପଦ୍ମଲୋଚନ ପୃଷ୍ଟି, ଅକ୍ଷୟ ନାୟକ, ପଣ୍ଡିତ ବଳରାମ ଦାଶ, ରମେଶ ଚନ୍ଦ୍ର ସାହୁ, ଦିଲ୍ଲିପ ଖଣ୍ଡେଇ, ନାରାୟଣ ଦାଶ, ସୁବୁଦ୍ଧି ଚରଣ ସାହୁ, ପଣ୍ଡିତ ନାରାୟଣ ଚନ୍ଦ୍ର ମିଶ୍ର, ନରହରି ସାମଲ, ଧରଣୀଧର ନାୟକ, ଅନନ୍ତ ଓଝା, ରଘୁନାଥ ସ୍ୱାଇଁ, ପ୍ରଫୁଲ୍ଲ ରଣା, ରାମଚନ୍ଦ୍ର ସାହୁ, ସନ୍ତୋଷ ସାମଲ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବ ପ୍ରାରମ୍ଭରେ ସୋନାଲି ସସ୍ମିତା ସାହୁ ବେଦପାଠ,ହେମନ୍ତ ଜେନା ଅତିଥର ପରିଚୟ ଓ ସ୍ୱାଗତ ଭାଷଣ ଏବଂ ବିମଳ ପ୍ରସାଦ ପରିଡାଙ୍କ ନିର୍ଦେଶନାରେ ଭାବଗ୍ରାହୀ କଳାନିକେତନର ଶିଳ୍ପୀମାନେ ସ୍ୱାଗତ ସଂଗୀତ ଗାନ କରିଥିଲେ । କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ ବୀବରଣୀ ପଠନ,ଜୟଶ୍ରୀ ପତି ସ୍ୱାଗତିକା ଗାନ,ବଙ୍କିମ ମହାନ୍ତି ଓ ମହେନ୍ଦ୍ର ମଲ୍ଲିକ ମାନପତ୍ର ପାଠ କରିଥିବା ବେଳେ ରଞ୍ଜନ କୁମାର ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଉତ୍ସବରେ କମ୍ପ୍ୟୁଟର ଶିକ୍ଷକମାନେ ସେମାନଙ୍କ ପୁନଃନିଯୁକ୍ତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ସ୍ମାରକପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ପ୍ରବୀର କୁମାର ପତି, ଗୋପାଳ ପୃଷ୍ଟି, ପାର୍ଥ ସାରଥି ବେହେରା, ମଞ୍ଜୁଶ୍ରୀ ରାଉତ, ଲେନିନ ସ୍ୱାଇଁ, ରମେଶ ରାଉତ, ଚିନ୍ମୟ ଚିରସୁନ୍ଦର, ଜୟନ୍ତ କୁମାର ପ୍ରଧାନ, ଗିରୀଶ ଦାସ ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।\n