ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ପକ୍ଷରୁ ନୂତନ ଡିଇଓଙ୍କୁ ସ୍ୱାଗତ

କେନ୍ଦ୍ରାପଡା – କେନ୍ଦ୍ରାପଡା ଜିଲ୍ଲା ମିଳିତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ପକ୍ଷରୁ କେନ୍ଦ୍ରାପଡାରେ ଗୁରୁବାର ନୂତନ ଭାବେ ଯୋଗଦେଇଥିବା ଜିଲ୍ଲା ଶିକ୍ଷା ଅଧିକାରୀ ସଞ୍ଜୀବ କୁମାର ସିଂହଙ୍କୁ ସ୍ୱାଗତ କରାଯାଇଛି । ୟୁ.ଟି.ଆଇ.ଜିଲ୍ଲା ସମ୍ପାଦକ ହେମନ୍ତ ଜେନାଙ୍କ ଆବାହକତ୍ୱରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପରିସରରେ ୟୁ.ଟି.ଆଇ.କାର୍ଯ୍ୟକାରୀ ସଭାପତି ବିଜୟ କୁମାର ସାମଲ, ଉପସଭାପତି ପବିତ୍ର କୁମାର ପଟ୍ଟନାୟକ, ବିଧାନ ସାମଲ, ଶିକ୍ଷାବୀତ କାଶିନାଥ ରାଉତରାୟ, ଗୋପାଳ ଚରଣ ପୃଷ୍ଟି, ସେକ ଅନିସୁଦ୍ଦିନ ଖାଁ, ମହେନ୍ଦ୍ର କୁମାର ମଲ୍ଲିକ, ବଙ୍କୀମବିହାରି ମହାନ୍ତି, ଶୁଭାଂଶୁ କୁମାର ଦାସ, ଜୟନ୍ତ ପ୍ରଧାନ, ସତ୍ୟପ୍ରିୟ ଦାସ, ଉପେନ୍ଦ୍ର କୁମାର ସାହୁ, ପ୍ରଧାନଶିକ୍ଷକ ସଙ୍ଘ ସଭାପତି ଉପେନ୍ଦ୍ର ନାଥ ସ୍ୱାଇଁ, ମମତା ମହାନ୍ତି, ଅନିତା ପାତ୍ର, ହୃଦାନନ୍ଦ ପାତ୍ର, ବସନ୍ତ କୁମାର ମଲ୍ଲିକ ପ୍ରମୁଖ ନୂତନ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ସିଂହଙ୍କୁ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିବା ସଙ୍ଗେ ସଙ୍ଗେ ଜିଲ୍ଲା ଶିକ୍ଷା ବିଭାଗର ବିକାଶରେ ସହଯୋଗ ପ୍ରଦାନ କରିବାକୁ ଆଶାବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ