ମିଳିତ ସମାରାଭ୍ୟାସ୍
ଓମାନ: ଶୁକ୍ରବାର ରୁଷ, ଚୀନ, ଏବଂ ଇରାନ, ଭାରତ ମହାସାଗର ଏବଂ ଓମାନ ଉପସାଗରୀ ଅଂଚଳରେ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି । ତିନି ଦେଶର ନୈାବାହିନୀକୁ ସୁଦୃଢ କରିବା ସହ , ସେମାନଙ୍କ ମଧ୍ୟରେ ସଦିଚ୍ଛା ଭାବର ପ୍ରଦର୍ଶନ କରିବା , ବିଶ୍ୱଶାନ୍ତି ପାଇଁ ସାମରିକ ନିରାପତ୍ତାକୁ ସୁନିଶ୍ଚିତ କରିବା ମୁଳଲକ୍ଷ୍ୟ ବୋଲି ଚୀନର ପ୍ରତିରକ୍ଷା ମନ୍ତ୍ରୀ କୋଲ ୟୁ କ୍ୱିନ୍ ବେଜିଂ ଠାରେ ସୂଚନା ଦେଇଛନ୍ତି । ଓମାନର ଏହି ଉପସାଗରୀୟ ଅଞ୍ଚଳର ଉତ୍ତରଭାଗ ପାକିସ୍ଥାନ ଏବଂ ଇରାନ ସୀମାକୁ ସ୍ପର୍ଶ କରୁଥିବା ବେଳେ ଦକ୍ଷିଣରେ ଓମାନ ଏବଂ ପଶ୍ଚିମରେ ସଂଯୁକ୍ତ ଆରବ ଏମିରେଟ୍ସ ରହିଛି ଏବଂ ଏହା ମଧ୍ୟ ଗୁଜରାଟ ଉପକୂଳକୁ ସ୍ପର୍ଶ କରୁଛି ।