ମିଳିଲାନି ଓଡିଶା ଓ ଆନ୍ଧ୍ର ସରକାରୀ ସହାୟତା

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସାରା ଦେଶରେ ବିଶ୍ୱମହାମାରୀ କାୟା ବିସ୍ତାର କରୁଥିବା ବେଳେ ଦିନକୁ ଦିନ ମୃତ ଓ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ପେଟପାଟଣା ପାଇଁ ଭିଟାମାଟି ଛାଡି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଦୁର୍ଦଶା ସରୁନି l ଲକ ଡାଉନ ଅଵଧି ବୃଦ୍ଧି ପାଇଥିବାରୁ ଗାଡି ମୋଟର ଟ୍ରେନ ଚଳାଚଳ ବନ୍ଦ ରହିଛି l କମ୍ପାନୀ ବନ୍ଦରହି ଥିବାରୁ କାମଧନ୍ଦା ମଧ୍ୟ ବନ୍ଦ ରହିଛି, ଯାହା ଫଳରେ ଖାଇବାକୁ ନ ପାଇ ଭୋକଉପବାସ ରେ ପଡିରହିଛନ୍ତି l ଏନେଇ ଶ୍ରମିକଙ୍କ ପରିବାର ପକ୍ଷରୁ ଗ୍ରାମ ପଞ୍ଚାୟତ ଅଫିସରେ ପଞ୍ଜିକରଣ ସରିଛି l ପରିବାର ଓ ପ୍ରିୟଜନ ଫେରିବା ବାଟକୁ ଅନାଇ ରହିଛନ୍ତି l କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଉପଖଣ୍ଡ ର କ.ନୂଆଗାଁ ବ୍ଲକ ଅନ୍ତର୍ଗତ ଶୀର୍ତ୍ତିଗୁଡା ଗ୍ରାମ ପଂଚାୟତର ୧୩ ଜଣ ଶ୍ରମିକ ଗାଁରେ କାମଧନ୍ଦା ନ ମିଳିବାରୁ ଆନ୍ଧ୍ରପ୍ରଦେଶର ଚିତୋର ଜ଼ିଲ୍ଲାର ଶ୍ରୀସିଟି ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ ବିଲଡିଂ ନିର୍ମାଣ କାମରେ ୬ ମାସହେବ ନିୟୋଜିତ ଥିଲେ, ଲକଡାଉନ ଯୋଗୁଁ ସେମାନଙ୍କ ଦୁର୍ଦଶା ବଢ଼ିଯାଇଛି l ଗାଁକୁ ଫେରି ଆସିବାକୁ ସେମାନେ ଏକ ଭିଡ଼ିଓ ମାଧ୍ୟମରେ ଓଡିଶା ସରକାର ଓ ଜ଼ିଲ୍ଲା ପ୍ରଶାସନଙ୍କୁ ନିବେଦନ କରିଥିଲେ ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଦାୟିତ୍ୱରେ ଥିବା ନୋଡାଲ ଅଫିସରଙ୍କୁ ମଧ୍ୟ ଯୋଗାଯୋଗ କରିଥିଲେ l ହେଲେ ବାରମ୍ବାର ଫୋନ କରିଥିଲେ ମଧ୍ୟ ଫୋନ କେହିବି ଉଠାଉନଥିଲେ, ହେଲେ ୨୦ ତାରିଖ ବୁଧବାର ଦିନ ଫୋନ ଉଠାଇଥିଲେ ସତ କିନ୍ତୁ ମିଳିନଥିଲା ସନ୍ତୋଷ ଜନକ ଉତ୍ତର ଓଲଟି ଅଫିସର ଜଣକ ସ୍ଥାନୀୟ ପ୍ରଶାସନକୁ ଯୋଗାଯୋଗ କର ବୋଲି କହି ଫୋନ କାଟି ଦେଇଥିବା ବିଷୟ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ପ୍ରବାସୀ ଶ୍ରମିକ ମାନେ ଆନ୍ଧ୍ରର ପୋଲିସ ଷ୍ଟେସନରେ ସାହାଯ୍ୟ ସହଯୋଗ ପାଇଁ ନିବେଦନ କରିଛନ୍ତି, କିନ୍ତୁ ଭାଷାଗତ ସମସ୍ୟା ଯୋଗୁଁ ସାହାଯ୍ୟ ସହାୟତା ପାଇବାରେ ଅସୁବିଧା ହେଉଥିବା କହିଛନ୍ତି ପ୍ରବାସୀ ଶ୍ରମିକ l ଓଡିଶା ସରକାର ଓ କନ୍ଧମାଳ ପ୍ରଶାସନଙ୍କୁ ନିବେଦନ କରିଛନ୍ତି l ଓଡିଶା ସରକାର ମଧ୍ୟ ପ୍ରବାସୀଙ୍କ ସମସ୍ୟା ସମାଧାନ ପାଇଁ ସବୁ ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତି କରିଛନ୍ତି l କିନ୍ତୁ କାହାର ମଧ୍ୟ ଫୋନ ଲଗୁନଥିବା ବିଷୟ ପ୍ରବାସୀ ଶ୍ରମିକ ମାନେ ଅଭିଯୋଗ କରିଛନ୍ତି l ଏହି କ୍ଷେତ୍ରରେ ସରକାରଙ୍କ ତରଫରୁ ନିଯୁକ୍ତି କରାଯାଇ ଥିବା ଅଫିସର ମାନଙ୍କ ସହାୟତା ପାଉନାହାନ୍ତି l କେବଳ ସରକାର ଆତ୍ମପ୍ରଚାର ପାଇଁ ଏ ସବୁ କରିଛନ୍ତି ଏହା ଏକ ପ୍ରହସନ ମାତ୍ର ବୋଲି ବରିଷ୍ଠ ବିଜେପି ନେତା କମଳା କାନ୍ତ ପାଣ୍ଡେ କଟାକ୍ଷ କରିଛନ୍ତି l ଗ୍ରାମବାସୀ ପ୍ରବାସୀ ଶ୍ରମିକଙ୍କ ଫେରିବା ବାଟକୁ ଚାହିଁ ରହିଛନ୍ତି ଅନ୍ୟଉପାୟ ନପାଇ ଶେଷରେ ପ୍ରବାସୀ ଶ୍ରମିକ ଚାଲି ଚାଲି ଫେରିବା ପାଇଁ ନିଷ୍ପତି ନେଇଥିବା କହିଛନ୍ତି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ