ମିଳିଲାନି ସଂଗରୋଧ ପ୍ରୋତ୍ସାହନ ରାଶିବ୍ଲକ ଘେରିଲେ ପ୍ରବାସୀ

ହାଟଡ଼ିହି,(ବିକାଶ କୁମାର ବିଶ୍ୱାଳ):ପ୍ରବାସୀମାନେ ବାହାର ରାଜ୍ୟରୁ ଫେରି ପଞ୍ଚାୟତ ପକ୍ଷରୁ ଖୋଲା ଯାଇଥିବା କ୍ୱାରେଣ୍ଟାଇନ ସେଣ୍ଟରରେ ସଂଗରୋଧରେ ୧୪ଦିନ ରହିଲେ ସେମାନଙ୍କୁ ଦୁଇ ହଜାର କରି ପ୍ରୋତ୍ସାହନ ରାଶି ଯୋଗାଇ ଦିଆଯିବ ବୋଲି ସରକାର ଘୋଷଣା କରିଥିଲେ।ପ୍ରଥମେ ପ୍ରଥମେ କିଛି କିଛି ପ୍ରବାସୀଙ୍କୁ ଏହା ଦିଆଯାଇ ଥିବା ବେଲେ ପରବର୍ତ୍ତୀ ସମୟରେ ଅର୍ଥାଭାବରୁ ଆଉ ପ୍ରବାସୀମାନେ ପାଇପାରୁ ନାହାନ୍ତି। ଯାହାକୁ ନେଇ ସବୁଆଡେ ଅସାନ୍ତି ସୃଷ୍ଟି ହେଉଛି।ଯାହାର ଉଦାହରଣ ଦେଖିବାକୁ ମିଳିଛି ସୁଲଣ ପଂଚାୟତରେ। ଏହି ପଂଚାୟତରେ କିଛି ପ୍ରବାସୀ ଗତ ଜୁନମାସ ରୁ ଆସି କ୍ୱାରେଣ୍ଟାଇନ ସେଣ୍ଟରରହି ଘରକୁ ଫେରିଥିଲେ ମଧ୍ୟ ସେମାନଙ୍କ ପ୍ରାପ୍ୟ ପ୍ରଦାନ କରାଯାଉନାହିଁ। ସେମାନେ ବାରମ୍ବାର ସରପଞ୍ଚ, ପିଇଓ ଏବଂ ଜିଆରଏସ ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସୁଫଳ ନ ମିଳିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଆଜି ସୁଲଣ ପଂଚାୟତର ଶଶିକାନ୍ତ ନାୟକ, ଘନଶ୍ୟାମ ନାୟକ, ବ୍ରହ୍ମାନନ୍ଦ ମଲ୍ଲିକ, ହରେକୃଷ୍ଣ ନାୟକ, ନରହରି ଜେନା, ବିଷ୍ଣୁ ପ୍ରସାଦ ଜେନା, ଦେବାଶିଷ ମଲ୍ଲିକ, ପ୍ରଭାତ ମଲ୍ଲିକ, ଆଶୁତୋଷ ମଲ୍ଲିକ, ଅକ୍ଷୟ ସାହୁ, ଦୁଷ୍ମନ୍ତ ନାୟକ, ରବିନ୍ଦ୍ର ସାହୁ, ନିରାକାର ଜେନା, ମନମୋହନ ଜେନା, ଦେବବ୍ରତ ମଲ୍ଲିକ, ମନୋଜ କୁମାର ନାୟକ, ନାରାୟଣ ନାୟକ, ଭିମସେନ ମଲ୍ଲିକ, ଅରବିନ୍ଦ ନାୟକ ଙ୍କ ସହ ୩୦ରୁ ଉର୍ଦ୍ଧ ପ୍ରବାସୀ ବ୍ଲକ ଘେରାଉ କରିଥିଲେ। ବିଡ଼ିଓଙ୍କୁ ସେମାନେ ସାକ୍ଷାତ କରି ନପାରି ଦାୟିତ୍ଵ ବୁଝୁଥବା କର୍ମଚାରୀ ନିରଞ୍ଜନ ସାହୁଙ୍କୁ ଭେଟି ଅଭିଯୋଗ କରିଥିଲେ। ଟଙ୍କା ଆସିଲେ ତୁରନ୍ତ ସେମାନଙ୍କ ଏକାଉଣ୍ଟକୁ ପଠାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ