ମିଳିଲାନି ସରକାରୀ ଅନୁଦାନ, ଅନସନରେ ବସିବେ ଅବସରପ୍ରାପ୍ତ କର୍ମଚାରୀ
ହାଟଡିହି, (ଯୁଗାବ୍ଦ ନ୍ୟୁଜ):ହାଟଡିହି ବ୍ଲକ ବଉଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟର ଅବସରପ୍ରାପ୍ତ ୪ର୍ଥ ଶ୍ରେଣୀ କର୍ମଚାରୀ ଚାକିରୀରୁ ଅବସର ନେବାପରେ ବି ଆଜି ପର୍ଯ୍ୟନ୍ତ ତାଙ୍କୁ ସରକାରୀ ଅନୁଦାନ ମିଳୁ ନଥିବାରୁ ସେ ଆସନ୍ତା ୨୮/୫/୨୦୨୩ରେ ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମ୍ମୁଖରେ ଅନସନରେ ବସିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି । ତେନ୍ତୁଲିପଦି ଗ୍ରାମର କାଶୀନାଥ ପୁହାଣଙ୍କ ଅଭିଯୋଗ ଅନୁଯାଇ ସେ ୧/୮/୧୯୮୬ ମସିହାରୁ ବଉଳା ଯୁକ୍ତ୨ କଲେଜରେ ପିଅନ ଭାବେ କାର୍ଯ୍ୟ କରିଆସୁଥିଲେ । ଦୀର୍ଘ ୨୬ବର୍ଷ କାମକରିବାପରେ ବି ତାଙ୍କୁ କୌଣସି ସରକାରୀ ଅନୁଦାନ ଦିଆଯାଇପାରିଲାନି । ଗତ ୨୦୨୨ ମସିହାରେ ତାଙ୍କୁ ଅବସର ନେବାକୁ ପଡିଥିଲା । ସେ ଜଣେ ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ଅତ୍ୟନ୍ତ ଦୁଖଃ କଷ୍ଟରେ କାଳାତିପାତ କରୁଛନ୍ତି । ଅବସର ପରେ ସେ ଏନେଇ ଗତ ୫ଟି-ସଚିବଙ୍କୁ ଜଣାଇ ତାଙ୍କୁ ସରକାରୀ ଅନୁଦାନ ଯୋଗାଇ ଦେବାକୁ ନିବେଦନ କରିଥିଳେ । ୫ଟି ସଚିବଙ୍କ ନିଦେ୍ର୍ଦଶ ପରେ ଉଚ୍ଚ ଶିକ୍ଷା ବିଭାଗର ଡେପୁଟି ଡାଇରେକ୍ଟର ବଉଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ପେସାଲ ଅଫିସର ତଥା ୁପଜିଲ୍ଲାପାଳଙ୍କୁ ତାଙ୍କର ଅବସର ପର୍ଯ୍ୟନ୍ତ ଜିଆଇଏ ଓ ବ୍ଲକ ଗ୍ରାଣ୍ଟ ଦରମା ଦେବାକୁ ଚିଠି କରିଥିଲେ । କିନ୍ତୁ ଉପଜିଲ୍ଲାପାଳ ଏନେଇ ଆଜି ପର୍ଯ୍ୟନ୍ତ ତାଙ୍କ ବାବଦର କୌଣସି ରେକର୍ଡ ପଠାଇଲେ ନାହିଁ । ତେଣୁ ଗତ ୨୭/୪/୨୦୨୩ରେ ଏନେଇ କର୍ମଚାରୀ କାଶିନାଥ ପୁହାଣ ପୁନର୍ବାର ୫ଟି-ସଚିବ, ମୁଖ୍ୟ ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗର ନିଦେ୍ଦଶକ, ଅଧ୍ୟକ୍ଷ ବଉଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସୋସୋ, ଏବଂ ଆନନ୍ଦପୁର ଉପଜିଲ୍ଲାପାଳ ପ୍ରମୁଖଙ୍କୁ ଜଣାଇ ମାସେ ଭିତରେ ତାଙ୍କୁ ସରକାରୀ ଅନୁଦାନ ନମିଳିଲେ ସେ ବାଧ୍ୟହୋଇ ଆସନ୍ତା ୨୮/୮/୨୦୨୩ରେ ସ୍କୁଲ ସମ୍ମୁଖରେ ଅନସନରେ ବସିବେ ବୋଲି ଜଣାଇଛନ୍ତି ।