ମିଳିଲା ଦେବ ନାରାୟଣ ପଣ୍ଡାଙ୍କ ମୃତଦେହ

ମାଲକାନଗିରି: – ନିଖୋଜ ଥିବା ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତଦେହକୁ ଶନିବାର ଉଦ୍ଧାର କରିଛି ମାଲକାନଗିରି ପୁଲିସ । ମୃତଦେହ ମାଲକାନଗିରି ଜିଲ୍ଲାର ସତୀଗୁଡ଼ା ଡ୍ୟାମରୁ ଉଦ୍ଧାର ହୋଇଥିବା ଜଣାଯାଇଛି । ସେଠାରୁ ତାଙ୍କର ମୋଟର ସାଇକେଲ ଏବଂ ହେଲମେଟ୍ ବି ମିଳିଛି। ସୂଚନାଯୋଗ୍ୟ, ଗତକାଲି ଦିନ ୧ଟାରୁ ମାଲକାନଗିରି ଜିଲ୍ଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡା ନିଖୋଜ ଥିବାନେଇ ପରିବାର ଲୋକଙ୍କ ପକ୍ଷରୁ ମାଲକାନଗିରି ଥାନାରେ ଅଭିଯୋଗ ହୋଇଥିଲା । କେଉଁ କାରଣରୁ ଘଟିଛି, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ତାହା ଜଣାପଡ଼ିବ ବୋଲି ପୁଲିସ କହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ