ମିଳୁନାହିଁ ମଧ୍ୟାହ୍ନ ଭୋଜନ ଅର୍ଥ
ଭଣ୍ଡାରିପୋଖରୀ, ( ଦୁର୍ଯ୍ୟଧନ ଲେଙ୍କା) : ଭଣ୍ଡାରିପୋଖରୀ ବ୍ଲକ ଅଧିନ ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଥିବା ଏସଏଚଜି ଗ୍ରପୁକୁ ଅର୍ଥ ମିଳୁନଥିଵା ଅଭିଯୋଗ ହୋଇଛି। ଯେଉଁଠି ବିଦ୍ୟାଳୟ କତୃପକ୍ଷ ମଧ୍ୟାହ୍ନ ଭୋଜନ ଦାୟିତ୍ୱ ନେଇଛନ୍ତି ସେମାନଙ୍କୁ ଠିକ୍ ସମୟରେ ଅର୍ଥ ପ୍ରଦାନ କରାଯାଉଛି। ଏପରିକି ସ୍କୁଲ ପ୍ରଧାନ ଶିକ୍ଷକ ଙ୍କ ଖାତାକୁ ଦୁଇ ଚାରି ମାସ ପାଇଁଁ ମଧ୍ୟ ଅଗ୍ରୀମ ପାଉଣା ଆସୁଛି। ଏପରି ସ୍ଥଳେ ଏସଏଚଜି ଗ୍ରୁପକୁ ସରକାର ଅଣଦେଖା କରୁଛନ୍ତି। ସେମାନେ ଦୁଇ ତିନି ମାସ ଧରି ମଧ୍ୟାହ୍ନ ଭୋଜନ ପରିଚାଳନା ସୁଚାରୁରୂପେ ସମ୍ପାଦନା କରୁଥିଲେ ସୁଦ୍ଧା ଗ୍ରୁପ ଗୁଡିକୁ ଠିକ୍ ସମୟରେ ପାରିଶ୍ରମିକ ପ୍ରଦାନ କରାଯାଉ ନାହିଁ। ଫଳରେ ପନି ପରିଵା ଓ ରାସନ୍ ସାମଗ୍ରୀ କ୍ରୟ କରିବାକୁ ଵହୁ ଅସୁବିଧା ହେଉଛି। ଠିକ୍ ସମୟରେ ଅର୍ଥ ନମିଳିଲେ ଆଗାମୀ ଦିନରେ ଗ୍ରୁପ୍ ଗୁଡ଼ିକ ଆନ୍ଦୋଳନ କରିଵେ ବୋଲି ସଭାନେତ୍ରୀ ନମିତା ଭାରତୀ, ସରୋଜିନୀ ଵୋଇତାଇ, ଅନୂସୟା ସାହୁ, ଆରତୀ ସାମଲ, କବିତା ଵୋଇତାଇ, ମନ୍ଦାକିନୀ ସାମଲ, ଶୁଭଲକ୍ଷ୍ମୀ ଜେନା, ବବିତା ସାମଲ ପ୍ରମୁଖ ଚେତାବନୀ ଦେଇଛନ୍ତି।