ମିଳୁନି ଭତ୍ତା, ଅଦ୍ଧାହାରରେ ହିତାଧିକାରୀ ହିନସ୍ଥା
ହାଟଡିହି, (ବିକାଶ ବିଶ୍ୱାଳ) :-ପୁର୍ବରୁ ପଞ୍ଚାୟତ ଜରିଆରେ ଭତ୍ତା ପ୍ରଦାନ କରାଯାଉଥିବାବେଳେ ଏବେ ସରକାର ବ୍ୟାଙ୍କ ଜରିଆରେ ଭତ୍ତା ପ୍ରଦାନ କରିବାପରେ ଶହଶହ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହୋଇ ନାନା ସମସ୍ୟା ଭୋଗ କରୁଛନ୍ତି । ବିଭାଗୀୟ ଅଧିକାରୀ ମାନେ ହିତାଧିକାରୀଙ୍କ ସମସ୍ୟା ସୁଧାରିବା ଦିଗରେ ଆଗ୍ରହ ଦେଖାଉ ନଥିବାରୁ ଏବେ ହାଟଡିହି ବ୍ଲକରେ ପାଞ୍ଚଶହରୁ ଉର୍ଦ୍ଧ ଲୋକ ଭତ୍ତା ନପାଇ ନାନା ଦୁଖଃରେ କାଳାତିପାତ କରୁଛନ୍ତି । ଆଜି କିଛି ଏପରି କିଛି ହିତାଧିକାରୀ ବ୍ଲକକୁ ନିଜ ନିଜର ଅଭିଯୋଗ ଧରି ଆସିଥିବାବେଳେ ସେମାନଙ୍କ ଦୁଖଃ ଦୁର୍ଦ୍ଦଶା ସମ୍ପର୍କରେ ବଖାଣିଥିଲେ । ତରଭା ଗ୍ରାମର ଧନେଶ୍ୱର ପତି ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି ତାଙ୍କର ୪ଝିଅ ଭିନ୍ନକ୍ଷମ ହୋଇଥିବାବେଳେ ଏବେ ସେ ଓ ତାଙ୍କର ଆଉ ଗୋଟିଏ ଝିଅ ଭତ୍ତା ପାଉଛନ୍ତି । ଏହି ଦୁଇଜଣଙ୍କ ଭତ୍ତାରେ ପରିବାରଟି ଚଳୁଛି । ପୁର୍ବରୁ ପଞ୍ଚାୟତ ମାଧ୍ୟମରେ ଭତ୍ତା ପାଉଥିବାବେଳେ ବ୍ୟାଙ୍କ ମାଧ୍ୟମରେ ବଣ୍ଟନ ପରେ ସେ ୩ମାସ ହେଲା ଭତ୍ତା ପାଇପାରି ନାହାନ୍ତି । ଏପରିକି ସେ ବ୍ୟାଙ୍କ ଓ ବ୍ଲକକୁ ମାସ ମାସ ହେଲା ଦୌଡୁଥିଲେବି କେହି ତାଙ୍କ ଦୁଖଃ ବୁଝୁ ନଥିବା କହିଛନ୍ତି । ଫଳରେ ଅଦ୍ଧାହାରରେ ପରିବାରଟି ଚଳୁଥିବା ସେ କହିଛନ୍ତି । ସେହିପରି ମରୈଗାଁର ପାଗଳ ଯେନା ନାମକ ଜଣେ ୧୦୫ବର୍ଷର ବୃଦ୍ଧ ପୁର୍ବରୁ ପଞ୍ଚାୟତରୁ ୭ଶହ ଲେଖାଏଁ ପାଉଥିବାବେଳେ ଏବେ ବ୍ୟାଙ୍କରୁ ତାଙ୍କୁ ପାଞ୍ଚଶହ ଟଙ୍କା ଦିଆଯାଉଛି । ସେ ବାରମ୍ବାର ଏ ସମ୍ପର୍କରେ ବ୍ଲକ କର୍ତ୍ତୁପକ୍ଷଙ୍କୁ କହୁତôଲେବି କେହି କର୍ଣ୍ଣପାତ କରୁନଥବବା କହିଛନ୍ତି । ସେହିପରି ଆଇତିପୁର ପଞ୍ଚାୟତ ନୁଆଗାଁ ଗ୍ରାମର ଗୋପୀନାଥ ଜେନା ନାମକ ଜଣେ ଭିନ୍ନକ୍ଷମ ବ୍ୟକ୍ତି । ତାଙ୍କର ଦୁଇଟି ଯାକ ପାଦ ନାହିଁ । ସେ ଚଲାବୁଲା ମଧ୍ୟ କରିପାରୁ ନାହାନ୍ତି । ଏପରି ଅବସ୍ଥାରେ ସେ ଦୁଇ ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ପୁର୍ବରୁ ପଞ୍ଚାୟତ କର୍ତ୍ତୁପକ୍ଷ ନେଇ ତାଙ୍କ ଘରେ ଭତ୍ତା ଟଙ୍କା ଦେଇ ଆସୁଥିଲେ । କିନ୍ତୁ ଏବେ ବ୍ୟାଙ୍କକୁ ବାରମ୍ବାର ଯାଇ ନିରାଶ ହୋଇ ଫେରୁଛନ୍ତି । ବ୍ୟାଙ୍କ କର୍ତ୍ତର୍ୁପକ୍ଷ ଟଙ୍କା ଆସିନଥିବା କହି ଫେରାଇ ଦେଉଛନ୍ତି । ସେହିପରି ବଡରମ୍ପାସ ପଞ୍ଚାୟତ ନୁଆରମ୍ପାସ ଗାଁର ୭୨ବର୍ଷୟ ବୃଦ୍ଧ ପ୍ରାଣକୃଷ୍ଣ ସେନାପତି ୪ମାସ ହେଲା ଭତ୍ତା ପାଇପାରୁ ନାହାନ୍ତି । ପୁର୍ବରୁ ଠିକ ଭାବେ ପାଉଥିବାବେଳେ ଏବେ ବ୍ୟାଙ୍କୁ ତୁମ ଟଙ୍କା ଆସିନି କହି ଫେରାଇ ଦେଉଥିବା ସେ ଅଭିଯୋଗ କରିଛନ୍ତି । ସେହିପରି କୁରାଢ଼ିଘସାର କିଛି ହିତାଧିକାରୀଙ୍କ ଭତ୍ତା ଟଙ୍କା ଭିନ୍ନ ଏକାଉଣ୍ଟକୁ ପଳାଇଥିବା ହିତାଧିକାରୀ ମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା ପ୍ରଶାସନ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ସେମାନେ ନିବେଦନ କରିଛନ୍ତି ।