ମିଳୁନି ଭତ୍ତା, ବିଷ ବୋତଲ ଧରି ଧାରଣାରେ ବସିଲେ ହିତାଧିକାରୀ
ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ଷଡଙ୍ଗ ପଞ୍ଚାୟତ ନସିରିପୁର ଗ୍ରାମର ଦାଶରଥି ଜେନା ନାମକ ଜଣେ ବ୍ୟକ୍ତି ଦୀର୍ଗଦିନ ହେଳା ଭତ୍ତା ପାଇବାରୁ ବଞ୍ଚିତ ହୋଇ ଆଜି ଷଡଙ୍ଗ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ବିଷ ବୋତାଲ ଧରି ଧାରଣାରେ ବସିଥିଲେ । ଭତ୍ତା ଦିଅ ନଚେତ ବିଷ ପିଇବି ବୋଲି ଚିକ୍ରାର କରୁଥିଲେ । ତାଙ୍କ ଅଭିଯୋଗ ଯେ ସେ ଗତ ଚାରି ମାସହେଲା ଭତ୍ତା ପାଇପାରୁ ନାହାନ୍ତି । ଅନେକଥର ପଞ୍ଚାୟତ ଓ ବ୍ୟାଙ୍କକୁ ଯିବାପରେ କେହି କିଛି ନବୁଝିବାରୁ ସେ ଗତ କିଛିଦିନ ତଳେ ବ୍ଲକକୁ ଯାଇ ବିଷ ବୋତଲ ଧରି ବସିଥିଲେ । ବ୍ଲକ କର୍ତ୍ତୁପକ୍ଷ ୨୫ତାରିଖ ସୁଧା ତୁମକୁ ଭତ୍ତା ଦିଆଯିବ ବୋଲି କହି ଘରକୁ ପଠାଇ ଦେଇତôଳେ । କିନ୍ତୁ ୨୫ ଯାଇ ଆଜି ୨୬ ହେଲା ଭତ୍ତା ନମିଳିବାରୁ ସେ ଆଜି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ବିଷ ବୋତଲ ଧରି ଧାରଣାରେ ବସିରହିଥିଲେ । ପରେ କିଛି ସ୍ଥାନୀୟ ୱାର୍ଡ ସଭ୍ୟ ପହଞ୍ଚି ତାଙ୍କୁ ବୁଝାସୁଝା କରିବାପରେ ତାଙ୍କୁ ଧାରଣାରୁ ଉଠାଇ ଘରକୁ ପଠାଇଛନ୍ତି । ଖାଲି ଦାଶରଥି ନୁହନ୍ତି ଏହି ପଞ୍ଚାୟତର ସାବିତ୍ରୀ ସାହୁ, ଶ୍ରୀମତୀ ଜେନା, ସତ୍ୟ ଜେନା, ଜମୁ କାଣ୍ଡି, ମଜାତି ଜେନା, କୁନି ଜେନା, ଗୋପୀନାଥ ନାୟକ, ସୁଦର୍ଶନ ଜେନା, ଗୋପୀନାଥ ଜେନା, ନଟବର ଜେନା, କାଳନ୍ଦୀ ଚରଣ ଜେନାଙ୍କ ସମେତ ୨୦ରୁ ଉର୍ଦ୍ଧ ହିତାଧିକାରୀ ଧାରଣରେ ବସିଥିଲେ । ସେମାନଙ୍କ ଅଭିଯୋଗ ଯେ ପୁର୍ବରୁ ପଞ୍ଚାୟତରୁ ଠିକ ଭାବେ ଭତ୍ତା ପାଉଥିଲୁ । ତା ପରେ ବ୍ୟାଙ୍କ ମାଧ୍ୟମରେ ଦେଲେ ତାହା ବି ପାଉଥିଲୁ, କିନ୍ତୁ ଏବେ ଆଉ ତିନି ଚାରି ମାସ ହେଲା ଭତ୍ତା ଆସୁନି । କେତେ ଥର ଆମେ ପଞ୍ଚାୟତ, ବ୍ଲକ ଓ ବ୍ୟାଙ୍କକୁ ଦୌଡି ୌହଇ ହତାଶ ହୋଇ ଗଲୁଣି । ଏ ବୁଢ଼ା ବୟସରେ ଆଖିକୁ ଠିକ ସେ ଦେଖା ଯାଉନି, କାନକୁ ଶୁଭୁନି ଚାଲିବି ପାରୁନୁ ଆଉ କେତେ କାହାକୁ କହିବୁ ଟିକେ ନେଇ ଚାଲ ବୋଲି । ଏପରି ଅବସ୍ଥାରେ ସରକାର କାହିଁକି ଯଙ୍କା ପାଞ୍ଚଶହ ପାଇଁ ଏତେ ଦହଗଞ୍ଜ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଷଡଙ୍ଗ ପଞ୍ଚାୟତର ସରପଞ୍ଚଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମ ପଞ୍ଚାୟତର ଶହେରୁ ଉର୍ଦ୍ଧ ହିତାଧିକାରୀ ଗତ ତିନି ଚାରି ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ଏନେଇ ମୁଁ ବାରମ୍ବାର ବ୍ଲକ କର୍ତ୍ତୁପକ୍ଷଙ୍କୁ ଜଣାିବା ପରେବି କୌଣସି ପଦକ୍ଷେପ ନେଉ ନାହାନ୍ତି । ନିୟମିତ ପଞ୍ଚାୟତକୁ ଆସି କେବଳ ଆମକୁ ଦୋଷ ଦେଉଛନ୍ତି ଓ ଗାଳି କରୁଛନ୍ତି ବୋଲି କହିଛନ୍ତି । କେବଳ ଷଡଙ୍ଗ ପଞ୍ଚାୟତ ନୁହଁ ହାଯଡିହି ବ୍ଲକର ୩୧ଟି ଯାକ ପଞ୍ଚାୟତରେ ଏବେ ୪ହଜାରରୁ ଉର୍ଦ୍ଧ ହିତାଧିକାରୀ ୩ରୁ ୪ମାସ ହେଲା ଭତ୍ତା ପାଇବାରୁ ବଞ୍ଚିତ ହୋଇଥିଲେବି ପ୍ରଶାସନ ଏଥିପ୍ରତି ତିଳେମାତ୍ର ସମବେଦନା ଦେଖାଉ ନଥିବା ଭଳି ଲାଗୁଛି । କେହିବି ଏଥିପ୍ରତି ଗୁରୁତ୍ୱ ଦେଉ ନଥିବା ସରପଞ୍ଚ ମାନେ ଅଭିଯୋଗ କରୁଛନ୍ତି । ଗତ ପଞ୍ଚାୟତ ସମିତି ବୈଠକରେ ଏନେଇ ଅନେକ ସରପଞ୍ଚ ଓ ସମିତିସଭ୍ୟ ମାନେ ଅଭିଯୋଗ କରି ଏହାର ତୁରନ୍ତ ସମାଧାନ କରିବାପାଇଁ ଦାବି ଜଣାଇଥିଲେବି ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଅଭିଯୋଗ କରିଛନ୍ତି । କେନ୍ଦୁଝର ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେୁଛି ।