ମିଳୁନି ସରକାରୀ ସହାୟତା, ଭଙ୍ଗାଘରେ ବିତୁଛି ଜୀବନ

ହାଟଡିହିି, (ବିକାଶ ବିଶ୍ୱାଳ):ଦୁଇବର୍ଷ ହେଲା ସ୍ୱାମୀ ଚାଲିଗଲେ, ପୁଅ ବାହାରେ ରହିଛି ଯେ ଘରକୁ ଆସୁନି, ଘର ଭାଙ୍ଗି ମାଟିରେ ମିଶିବାକୁ ବସିଛି, ଚାଷଜମି ମଧ୍ୟ ନାହିଁ, ଏପରି ଅବସ୍ଥାରେ ଅତି ଦୟନୀୟ ଅବସ୍ତାରେ କାଳାତିପାତ କରୁଛନ୍ତି କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଗ୍ରାମର ବିଧବା ମହିଳା ଜାନକୀ ରଣା । ଦୁଇଝିଅ, ଗୋଟିଏ ପୁଅ ଓ ସ୍ୱାମୀଙ୍କୁ ନେଇ ତାଙ୍କର ପରିବାର । ଦୁଇ ଝିଅଙ୍କୁ ବିବାହ କରାଇଦେବା ପରେ ପୁଅ ବିଦେଶ ଚାଲିଗଲା କାମଧନ୍ଦା କରିବା ପାଇଁ । ସ୍ୱାମୀ ଜଟାଧାରୀ ଗତ କରୋନା ସମୟରେ ଆର ପାରିକୁ ଚାଲିଗଲେ । ବାପାର ମୃତୁ୍ୟ ଖବର ପାଇବି ପୁଅ ଆସିଲାନି । ଗାଁ ଲୋକଙ୍କ ସହଯୋଗରେ ଶବ ସକ୍ରାର ସହିତ ଶୁଦ୍ଧିକ୍ରୀୟା ହେଲା । ଘରେ ଖାଇବାକୁ ଗଣ୍ଡେ ନାହିଁ । ସରକାରଙ୍କ ତରଫରୁ ମିଳୁଥିବା ୫କିଲୋ ଚାଉଳ ହିଁ ତାଙ୍କର ସାହା ଭରଷା । ସେମାନେ ରହୁଥିବା ମାଟିଘରଟି ଛପର କରିନପାରିବାରୁ ଭାଙ୍ଗି ରୁଜି ନଷ୍ଟ ହୋଇଯାଇଛି । ପଲିଥିନି ଟିଏ ଟାଙ୍ଗି ତା ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ବିଧବା ଜାନକୀ । ସେହିପରି ବିଧବା ଭତ୍ତା ପାଇଁ ଆବେଦନ କରିଥିଲେବି ଆଜି ପର୍ଯ୍ୟନ୍ତ ଭତ୍ତାଟିଏ ପାଇ ପାରିନାହାନ୍ତି । ବହୁ ଦୁଖଃକଷ୍ଟରେ କାଳାତିପାତ କରୁଥିବା ଜାନକୀଙ୍କୁ ତୁରନ୍ତ ବିଧବା ଭତ୍ତା ଖଣ୍ଡିଏ ସହିତ ଆବାସ ଯୋଜନାରେ ଘର କଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ