ଜିଲ୍ଲା ସ୍ତରୀୟ ବ୍ୟାଙ୍କ ସମନ୍ୱୟ ବୈଠକ
କେନ୍ଦ୍ରାପଡା,( ଯୁଗାବ୍ଦ ନ୍ୟୁଜ୍) ; ଜିଲ୍ଲା ମିଶନଶକ୍ତି ବିଭାଗର ଆନୁକୁଲ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭା ଗୃହରେ ମଙ୍ଗଳବାର ଅପରାହ୍ନରେ ମିଶନଶକ୍ତି ଋଣ ଏବଂ ମିଶନଶକ୍ତି ଅଧିନରେ ବ୍ଲକ ସ୍ତରର ବ୍ୟାଙ୍କ ଲିଙ୍କେଜ ଋଣ ବଂଟନ ନିମନ୍ତେ ଏକ ଜିଲ୍ଲା ସ୍ତରୀୟ ବ୍ୟାଙ୍କ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀଣୀ ଚିନ୍ମୟୀ ରଥ ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ପରେ ମିଶନଶକ୍ତିର ଜିଲ୍ଲା ପ୍ରକଳ୍ପ ସଂଯୋଜକ କୈଳାସ ଚନ୍ଦ୍ର ସେନାପତି ଏହି ସରକାରୀ ସ୍କିମଟି ସମ୍ପର୍କରେ ସୂଚନା ଦେବାକୁଯାଇ କହିଥିଲେ ଯେ ଜିଲ୍ଲାରେ ୨୦୦୧ ମସିହାରେ ମିଶନଶକ୍ତି କାର୍ଯ୍ୟ ଆରମ୍ଭ କରିଥିଲା । ଜିଲ୍ଲାର ୯ଟି ବ୍ଲକରେ ପୁରୁଣା ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ୧୨ହଜାର ୪୩୧ଟି ଥିବା ବେଳେ ନୂତନ ଭାବେ ୯ହଜାର ୨୬୫ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ମିଶନଶକ୍ତି ଦ୍ୱାରା ଗଠନ କରାଯାଇଛି । ଏହିପରି ଜିଲ୍ଲାରେ ସର୍ବମୋଟ ୨୧ହଜାର ୬୯୬ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ରହିଛି । ଏହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ସିଡମନି ବାବଦ ପ୍ରତ୍ୟେକଙ୍କୁ ୧୫ହଜାର ଟଙ୍କା ପ୍ରଦାନ କରାଯାଉଛି । ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ସେହି ମହିଳା ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକ ଉପରୁ ଋଣର ସୁଧ ବୋଝ ହାଲୁକା କରିବା ପାଇଁ ମିଶନଶକ୍ତି ନିର୍ଦେଶାଳୟ ମାଧ୍ୟମରେ ପୂର୍ବରୁ ୨ ପ୍ରତିଶତ,ପରେ ୧ ପ୍ରତିଶତ ଓ ଚଳିତ ବର୍ଷ ଅପ୍ରେଲ ପହିଲା ଠାରୁ ବିନା ସୁଧରେ ବ୍ୟାଙ୍କ ଲିଙ୍କେଜ ଋଣ ପ୍ରଦାନ କରିବାକୁ ବ୍ୟାଙ୍କ ଗୁଡିକୁ ରାଜ୍ୟ ସ୍ତରୀୟ ବ୍ୟାଙ୍କ ସମନ୍ୱୟ କମିଟି ବୈଠକରେ ନିର୍ଦେଶ ଦିଆଯାଇଛି । ସେହି ଋଣ ଉପରେ ପଡୁଥିବା ସୁଧକୁ ରାଜ୍ୟ ସରକାର ବ୍ୟାଙ୍କ ଗୁଡିକୁ ରାଜ୍ୟ ସ୍ତରରେ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳ ଶ୍ରୀ ବର୍ମା କହିଥିଲେ ଯେ ଏହା ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ସ୍କିମ ହୋଇଥିବାରୁ ଜିଲ୍ଲାର ପ୍ରତ୍ୟେକ ବ୍ୟାଙ୍କ ଏହାର କାର୍ଯ୍ୟକାରିତା ଯେପରି ସଠିକ ଭାବରେ ଓ ଉପଯୁକ୍ତ ସମୟ ମଧ୍ୟରେ ଟାର୍ଗେଟ ପୁରଣ ହୁଏ ସେଥିପ୍ରତି ଧ୍ୟାନଦେବାକୁ ବ୍ୟାଙ୍କ ପ୍ରତିନିଧିମାନଙ୍କୁ କହିଥିଲେ । ଚଳିତ ବର୍ଷ ଜିଲ୍ଲାରେ ୪ହଜାର ୧୯୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ମୋଟ ୬ହଜାର ୨୯୧ ଲକ୍ଷ ଟଙ୍କା ଋଣ ପ୍ରଦାନ କରାଯିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ସେଥିମଧ୍ୟରୁ ଆଳି ବ୍ଲକରେ ୫୩୦ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ୭୯୫ଲକ୍ଷ,ଡେରାବିଶ ବ୍ଲକରେ ୫୧୫ଟିକୁ ୭୭୨.୫ଲକ୍ଷ ଟଙ୍କା,ଗରଦପୁର ବ୍ଲକର ୪୨୭ଟିକୁ ୬୪୦.୫ଲକ୍ଷ ଟଙ୍କା,କେନ୍ଦ୍ରାପଡା ବ୍ଲକର ୫୩୪ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠିକୁ ୮୦୧ଲକ୍ଷ ଟଙ୍କା,ମହାକାଳପଡା ବ୍ଲକର ୪୬୭ଟିକୁ ୭୦୦.୫ଲକ୍ଷ ଟଙ୍କା,ମାର୍ଶାଘାଇ ବ୍ଲକର ୫୦୮ଟିକୁ ୭୬୨ଲକ୍ଷ ଟଙ୍କା,ପଟ୍ଟାମୁଣ୍ଡାଇ ବ୍ଲକର ୪୨୪ଟିକୁ ୬୩୬ଲକ୍ଷ ଟଙ୍କା,ରାଜକନିକା ବ୍ଲକର ୪୫୨ଟିକୁ ୬୭୮ଲକ୍ଷ ଟଙ୍କା ଓ ରାଜନଗର ବ୍ଲକର ୩୩୭ଟିକୁ ୫୦୫.୫ଲକ୍ଷ ଟଙ୍କା ଋଣ ପ୍ରଦାନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦୀଲ୍ଲିପ କୁମାର ପରିଡା,ଓରମାସର ଆଶିଷ କୁମାର ରାଉତ,ମୁଖ୍ୟମନ୍ତ୍ରୀ ଉଦ୍ୟୋଗୀ ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ବନବିହାରି ଦାସ,କେନ୍ଦ୍ରାପଡା ସିଡିପିଓ ସ୍ୱର୍ଣ୍ଣମଞ୍ଜରୀ ନାୟକ,ରାଜନଗର ଜଙ୍ଗଲ ଡିଭିଜନର ହରେକୃଷ୍ଣ ମଲ୍ଲିକ,ଆଭାସର ଡଃ.ଦେବ ପ୍ରକାଶ ସାହୁ,ସମସ୍ତ ବ୍ଲକର ବିଡିଓ,ସିଡିପିଓ,୨ ପୈାରାଚଂଳର ଗୋଷ୍ଠି ସଂଗଠିକା,ସିଡିଭିଓ ଡା.ଆଶିଷ କୁମାର ଶତପଥୀ,ସହକାରୀ ଉଦ୍ୟାନକୃଷି ନିର୍ଦେଶକ କନ୍ଦ ଜେନା,ଏଲଡିଏମଙ୍କ ପକ୍ଷରୁ ସ୍ୱାଧୀନ ଦାଶ,ଓଡିଶା ଜୀବିକା ମିସନର ଜିଲ୍ଲା ପ୍ରକଳ୍ପ ପରିଚାଳିକା,ସମସ୍ତ ବ୍ଲକର ଜୀବିକା ମିସନର ବ୍ଲକ ପ୍ରକଳ୍ପ ପରିଚାଲିକା ପ୍ରମୁଖ ଉପସ୍ଥିତ ଥିଲେ ।