ମିଶନଶକ୍ତି ଗୃହ ନିର୍ମାଣ ନିମନ୍ତେ ଜମି ଯୋଗାଇଦେବାକୁ ଜିଲ୍ଲାପାଳଙ୍କୁ ନିବେଦନ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭରତପୁର ପଂଚାୟତରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଙ୍କ ନିମନ୍ତେ ମିଶନଶକ୍ତି ଗୃହ ନିର୍ମାଣ ପାଇଁ “ଆମ ଗାଁ ଆମ ବିକାଶ” ଯୋଜନାରେ ସରକାରୀ ଅନୁଦାନ ମଞ୍ଜୁର ହୋଇଥିଲେ ମଧ୍ୟ ସେଥି ନିମନ୍ତେ ଆବଶ୍ୟକ ଜମି ନଥିବାରୁ ଗୃହ ନିର୍ମାଣ ହୋଇପାରି ନାହିଁ । ତେଣୁ ମିଶନଶକ୍ତି ଗୃହ ନିର୍ମାଣ ପାଇଁ ପଂଚାୟତ କାର୍ଯ୍ୟାଳୟ ନିକଟରେ ସରକାରୀ ଜମି ଯୋଗାଇ ଦେବାକୁ ଜିଲ୍ଲାପାଳ ସମର୍ଥ ବର୍ମାଙ୍କୁ ମହିଳା ମିଶନଶକ୍ତିର ସଦସ୍ୟା ଲୋଭାରାଣୀ ସେଠୀ,ବାସନ୍ତୀ ବେହେରା,ପ୍ରମିଳା ମଲ୍ଲିକ ପ୍ରମୁଖ ଭେଟି ନିବେଦନ କରିଥିଲେ । ଜିଲ୍ଲାପାଳ ଶ୍ରୀ ବର୍ମା ଏସମ୍ପର୍କରେ ପଦକ୍ଷେପ ନେବାକୁ କେନ୍ଦ୍ରାପଡା ତହସିଲଦାରଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି ।