ମିଶନଶକ୍ତି ଦ୍ୱାରା ମହିଳା ସ୍ୱୟଂସହାୟୀକା ଗୋଷ୍ଠୀଙ୍କୁ ପନିପରିବା ଚାଷ ତାଲିମ ଶିବିର

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା):ଓଡିଶା ମିଶନଶକ୍ତି ଆନୁକୁଲ୍ୟରେ ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସହରର ମୃତ୍ତିକା ସଂରକ୍ଷଣ ବିଭାଗର ସମ୍ମିଳନୀ କକ୍ଷରେ ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀଙ୍କୁ ପନିପରିବା ଚାଷ ପାଇଁ ଆଜି ଏକ ତାଲିମ ଶିବିର ଆୟୋଜିତ ହୋଇଛି । ଗଜପତି ଜିଲ୍ଲା ଉଦ୍ୟାନ ବିଭାଗର ଉପ-ନିର୍ଦ୍ଦେଶକ କେ.ସୁଦର୍ଶନ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ମହିଳା ସ୍ୱୟଂ ସହାୟୀକା ଗୋଷ୍ଠୀମାନେ କିପରି ଉନ୍ନତମାନର ବିଭିନ୍ନ କିସମର ପନିପରିବା ଚାଷ କରି ଲାଭବାନ ହୋଇପାରିବେ ସେଥି ନେଇ ମହିଳାମାନଙ୍କୁ ଆବଶ୍ୟକ ଉପାଦେୟ ବିଷୟରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସିଡିଏଓ ଇରନସ୍ୟ ପ୍ରଧାନ,ୱାଟର ସେଡ୍ ପିଡି ରବିନ୍ଦ୍ର କୁମାର ସାହୁ, ଉଦ୍ୟାନ ବିଭାଗ ସହକାରୀ ନିର୍ଦ୍ଦେଶକ ପ୍ରସାନ୍ତ କୁମାର ପାତ୍ର,ମିଶନ ଶକ୍ତି ପ୍ରୋଗ୍ରାମ ଅଫିସର ଯଶବନ୍ତୀ ବେହେରା,ଜିଲ୍ଲା ପ୍ରୋଗ୍ରାମ ମେନେଜର ପ୍ରିୟମ୍ବଦା ବିଶୋୟୀ,ଗୋଷାଣୀ ବ୍ଲକ ଏଏଚଓ ମୋର୍ଶୀ ପୁଷ୍ପମିତା ଶବର ପ୍ରମୁଖ ଏହି ତାଲିମ ଶିବିରରେ ଯୋଗ ଦେଇ ମହିଳା ସ୍ୱୟଂ ସହାୟୀକାମାନେ ବର୍ଷର ଭିନ୍ନ ଭିନ୍ନ ଋତୁରେ କିପରି ଭିନ୍ନ ଭିନ୍ନ ଅର୍ଥ ଉପାର୍ଜନ ପନିପରିବା ଚାଷ କରି ସ୍ୱରୋଜଗାରକ୍ଷମ ହୋଇପାରିବେ ସେଥି ପାଇଁ ତାଲିମ ଶିବିରରେ ମହିଳାମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । କାଶୀନଗର ଓ ଗୁମ୍ମା ବ୍ଲକର ୩୨ ଜଣ ମହିଳା ସ୍ୱୟଂ ସହାୟୀକା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏମାନଙ୍କୁ ବିଭିନ୍ନ କିସମର ବିହନ ରହିଥିବା ଏକ ମିନି କିଟ୍ ପ୍ରଦାନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ