ମିଶନଶକ୍ତି ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ନେରଡ଼ା ପଞ୍ଚାୟତ ଭବନ ଠାରେ ଆଜି ମିଶନଶକ୍ତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସରପଞ୍ଚଙ୍କ ପ୍ରତିନିଧି ସୌମ୍ୟରଂଜନ ଜେନା ଯୋଗଦେଇ ମିଶନଶକ୍ତି କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ଏସଏଚଜି ମହିଳା ମାନଙ୍କ ସହିତ ଆଲୋଚନା କରିଥିଲେ। ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ପାଇଁ ରାଜ୍ୟ ସରକାର ମିଶନ ଶକ୍ତି ଜରିଆରେ ବିଭିନ୍ନ ଯୋଜନା ମାନ ପ୍ରସ୍ତୁତ କରୁଥିବା ବେଳେ ତାହା କିଭଳି କାର୍ଯ୍ୟକାରୀ ହେଉଛି ସେନେଇ ଶ୍ରୀ ଜେନା ମହିଳା ମାନଙ୍କ ଠାରୁ ପଚାରି ବୁଝିଥିଲେ। ବୈଠକରେ ପଞ୍ଚାୟତ ମହାସଂଘ ସଦସ୍ୟା , ମହିଳା ମଞ୍ଚର କର୍ମକର୍ତ୍ତା, ଏମବିକେ ଓ ସମସ୍ତ ସିଆରପି ମାନେ ଉପସ୍ଥିତ ଥିଲେ। ଆଗାମୀ ଦିନରେ ମିଶନଶକ୍ତି ଜରିଆରେ ନେରଡ଼ା ପଞ୍ଚାୟତର ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟର ଅଭିବୃଦ୍ଧି ଘଟିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ