ମିଶନ ରାଣୀ ମାଁ ମାରୀୟାଙ୍କ ପର୍ବ ପାଳିତ

ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ବ୍ରହ୍ମପୁରସ୍ଥିତ କ୍ୟାଥେଲିକ ଚର୍ଚ୍ଚଠାରେ ମିଶନ ରାଣୀ ମାଁ ମାରୀୟାଙ୍କ ପବିତ୍ର ପର୍ବ ମିଶନ ରାଣୀ ପର୍ବ ମହାଡ଼ମ୍ବରରେ ପାଳନ କରାଯାଇଛି । ବ୍ରହ୍ମପୁର ଧର୍ମପ୍ରଦେଶର ଧର୍ମାଧ୍ୟକ୍ଷ ଡ଼ା. ଶରତ ଚନ୍ଦ୍ର ନାୟକ, ଏହି ପର୍ବର ଦିବ୍ୟଯଜ୍ଞ ପୌରହିତ୍ୟ କରିଥିଲେ ଏବଂ ମିଶନ ରାଣୀ ମାଁ ମାରୀୟାଙ୍କ ଏହି ପର୍ଵ ଦିବସ ବିଷୟରେ ଅତି ସୁନ୍ଦର ଭାବେ ବ୍ୟାଖ୍ୟା କରି ଶ୍ରଦ୍ଧାଳୁ ମାନଙ୍କୁ ବୁଝାଇଥିଲେ । ଏହି ପବିତ୍ର ପର୍ବରେ ବ୍ରହ୍ମପୁର ଧର୍ମାଞ୍ଚଳର ମୁଖ୍ୟ ଯାଜକ ସଂଜୀବ କୁମାର ନାୟକ,ସହକାରୀ ଯାଜକ ଶଶୀକାନ୍ତ ମାଳି,ଯାଜକ ସୁରେଶ ନାୟକ ଓ ଯାଜକ ପ୍ରଫୁଲ୍ଲ କୁମାର ନାୟକଙ୍କ ସମେତ ବହୁ ଦୂରଦୂରାନ୍ତରୁ ବିଭିନ୍ନ ଧର୍ମାଞ୍ଚଳରୁ ଆସିଥିବା ଯାଜକମାନେ ଦିବ୍ୟଯଜ୍ଞ ଉତ୍ସର୍ଗରେ ସହଯୋଗ କରିଥିଲେ । ସନ୍ଧ୍ୟାରେ ମିଶନ ରଣୀ ମାଁଙ୍କ ପ୍ରତିମୂର୍ତ୍ତି ସହିତ ଏକ ବିଶାଳ ଶୋଭା ଯାତ୍ରା ଦ୍ୱାରା ସହର ପରିକ୍ରମା କରାଯାଇଥିଲା ଏବଂ ତତ୍ପରେ ଭକ୍ତି ଭାବରେ ଦିବ୍ୟପ୍ରସାଦ ଆରାଧନା କରି ଏହି ଆଶ୍ଚର‌୍ୟ୍ୟ ଚକିତ ମାଁ ମାରୀୟାଙ୍କ ପର୍ବର ପରିସମାପ୍ତି କରାଯାଇଥିଲା।ବହୁ ଦୂରଦୁରାନ୍ତରୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମାନେ ଏଠାରେ ଯୋଗଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ