ମିଶନ ଶକ୍ତିର ଗୃହ ନିର୍ମାଣସକାଶେ କାଉନସିଲର ଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ଏନଏସି ଅନ୍ତର୍ଗତ ୧୦ ନଂ ୱାର୍ଡ ରେ ମିଶନ ଶକ୍ତି ଗୃହ ନିର୍ମାଣ ସକାଶେ ବୁଧବାର ସ୍ଥାନୀୟ ହାଟ ପଦା ପରିସର ରେ ସ୍ଥାନୀୟ କାଉନସିଲର ଦେବାଶିଷ ମିଶ୍ରଙ୍କ ଦ୍ୱାରା ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଯାଇଛି । ଏହି ଗୃହ ନିର୍ମାଣ ହେଲେ ମିଶନ ଶକ୍ତି ର ମା ମାନଙ୍କ ବହୁ ସୁବିଧା ହେବ ବୋଲି କାଉନସିଲର ମିଶ୍ର କହିଥିଲେ l ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି ଅଧ୍ୟକ୍ଷା ଶମିଷ୍ଠା ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଉମାକାନ୍ତ ନାୟକ,୧୧ନଂ ୱାର୍ଡ଼ କାଉନ ସିଲର ସନ୍ତୋଷୀ ସେଠି,୯ନଂ ୱାର୍ଡ କାଉନସିଲର ପ୍ରୀତିଛନ୍ଦା ସାମଲ,ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଛତ୍ରପୁର ଏନଏସିର କନିଷ୍ଠ ଯନ୍ତ୍ରୀ ସୁଶାନ୍ତ କୁମାର ଷଡ଼ଙ୍ଗୀ ଓ ଜୋସ୍ନାମୟୀ ଜେନା, ଏମଇ ସାମିଲତା ପ୍ରଧାନ,ଇନଫ୍ରଷ୍ଟ୍ରକ୍ଚର ଏକ୍ସପୋର୍ଟ ଚିରଞ୍ଜିବୀ ବେହେରା, ପ୍ରୋଗ୍ରାମ କୋର୍ଡିନେଟର ଦେବାଶିଷ ସ୍ୱାଇଁ, ସିଏମଏମ ଶ୍ରୀମନ୍ତ ପାତ୍ର,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୁଖ ପଟ୍ଟନାୟକ, ବିଜେଡି ନଗର ସଭାପତି ବି. ରାଜୁବାବୁ,ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଏସଏଚଜି ମହାସଂଘର ସଭାପତି ପୂର୍ଣ୍ଣବାସୀ ମହାପାତ୍ର, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସମ୍ପାଦିକା ଝିଲି ବାଳା ରାଉତ ଓ ଯୁଗ୍ମ ସମ୍ପାଦିକା ଗୀତା ସାହୁ ଙ୍କ ସମେତ ବହୁ ସ୍ଥାନୀୟ ବାସିନ୍ଦା, ବରିଷ୍ଠ ନାଗରିକ ଓ ଏସଏଚଜି ମା ମାନେ ଉପସ୍ଥିତ ଥିଲେ ।