ମିଶନ ଶକ୍ତିର ଜିଲ୍ଲା ମହାସଂଘ ସମ୍ପାଦିକାଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା ପ୍ରଦାନ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ଜିଲ୍ଲାର ଅଗ୍ରଣୀ ନେତ୍ରୀ ଭାବେ ମିଶନ ଶକ୍ତି ବିଭାଗ ତରଫରୁ ଦ୍ଵିତୀୟ ପର୍ଯ୍ୟାୟ ରେ ଗତ ୩ ତାରିଖରେ ସିଙ୍ଗାପୁର ଯାଇ ଫେରିଥିବା ମିଶନ ଶକ୍ତି ର ଜିଲ୍ଲା ମହାସଂଘ ସମ୍ପାଦିକା ଶୈଳବାଳା ରଥଙ୍କୁ ବୁଧବାର ଗଞ୍ଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସମ୍ବର୍ଧନା କରାଯାଇଛି, ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ତାଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l ଏସଏଚଜି ମା ମାନଙ୍କ ହାତ ତିଆରି ଆଚାର, ପାମ୍ପଡ, ଛତୁ, ବିଭିନ୍ନ ଅଳଙ୍କାର, ବ୍ରହ୍ମପୁର ପାଟ ଆଦିର ବହୁତ ଚାହିଦା ଥିବାରୁ ସେଗୁଡିକୁ ରାଜ୍ୟ ଓ ଦେଶ ବାହାରେ ବିଭିନ୍ନ ସ୍ଥାନରେ ବିକ୍ରିବଟା କରାଯାଇପାରିବ ବୋଲି ସେ କହିଥିଲେ l ଏହା ସହ ସିଙ୍ଗାପୁର ରେ ଏକ ମିଶନ ଶକ୍ତି ବଜାର ଖୋଲିବା ପାଇଁ ସେ ଶ୍ରୀମତୀ ରଥ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ବି କରିଛନ୍ତି l ଏହା ସହିତ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହିତ ବିତାଇଥିବା ଅନୁଭୂତି ଏବଂ ଆବଶ୍ୟକ ସମ୍ପର୍କ ସେ କହିଥିଲେ,ବିମାନରେ ବସି ସିଙ୍ଗାପୁର ଯାତ୍ରା କଲା ବେଳେ ସେ ନିଜେ ଉଡୁନଥିଲେ ବରଂ ସାରା ଗଞ୍ଜାମ ଜିଲ୍ଲାର ସମସ୍ତ ଏସ ଏଚ ଜି ମହିଳା ମାନେ ଉଡୁଥିବା ଭଳି ସେ ଅନୁଭବ କରୁଥିବା ପ୍ରକାଶ କରିଥିଲେ l ଆଉ ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ l ଅନ୍ୟ ପଟେ ମିଶନ ଶକ୍ତି ର ଜିଲ୍ଲା ମହାସଂଘ ସମ୍ପାଦିକା ଶ୍ରୀମତୀ ରଥ ପ୍ରଥମ ଥର ପାଇଁ ସିଙ୍ଗାପୁର ଗସ୍ତ କରି ନୂଆ ନୂଆ ଅନୁଭୂତି ସାଉଁଟିଛନ୍ତି l ଜିଲ୍ଲା ପ୍ରଶାସନ ପକ୍ଷରୁ ମିଶନ ଶକ୍ତି ମା ମାନଙ୍କ ପକ୍ଷରୁ କରାଯାଉଥିବା ବିଭିନ୍ନ ହାତ ତିଆରି ସାମଗ୍ରୀ ଗୁଡିକୁ ରପ୍ତାନି କରିବା ପାଇଁ ଚେଷ୍ଟା କରାଯାଉଥିବା ଜିଲ୍ଲାପାଳ ଶ୍ରୀ ପରିଡା କହିଥିଲେ l ଏହି ସମ୍ବର୍ଦ୍ଧନା ଉତ୍ସବ ରେ ମିଶନ ଶକ୍ତି ର ଜିଲ୍ଲା ପ୍ରକଳ୍ପ ସଂଯୋଜକ ସାସ୍ୱତ କୁମାର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଆବିଦା ପରବିନଙ୍କ ସମେତ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ l


