ମିଶନ ଶକ୍ତିର ଜିଲ୍ଲା ମହାସଂଘ ସମ୍ପାଦିକାଙ୍କୁ ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

ଛତ୍ରପୁର, (ଦେବଦତ୍ତ ମହାରଣା):ସିଙ୍ଗାପୁର ଗ୍ରସ୍ତ ସାରି ଫେରିଥିବା ଗଞ୍ଜାମ ଜିଲ୍ଲା ମିଶନ ଶକ୍ତି ତଥା ସ୍ୱୟଂ ସହାୟିକା ଗୋଷ୍ଠୀ ର ଜିଲ୍ଲା ମହାସଂଘ ର ସମ୍ପାଦିକା ଶୈଳବାଳା ରଥ ଙ୍କୁ ସୋମବାର ତାଙ୍କର ନିଜ ଗ୍ରାମ ସାମନ୍ତରାପୁର ଠାରେ ବିଜୁଜନତା ଦଳ ପକ୍ଷରୁ ସମ୍ବର୍ଧନା ପ୍ରଦାନ କରାଯାଇଛି, ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଯୋଗଦେଇ ତାଙ୍କୁ ଉତ୍ତରୀୟ ସହ ପୁଷ୍ପଗୁଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରିଛନ୍ତି l ଏହା ସହିତ ସେଠାରେ ଥିବା ପ୍ରବାସୀ ଓଡ଼ିଆଙ୍କ ସହିତ ବିତାଇଥିବା ଅନୁଭୂତି ଏବଂ ଆବଶ୍ୟକ ସମ୍ପର୍କ ସେ ବିଧାୟକଙ୍କ ସହ ଆଲୋଚନା ବେଳେ କହିଥିଲେ,ବିମାନରେ ବସି ସିଙ୍ଗାପୁର ଯାତ୍ରା କଲା ବେଳେ ସେ ନିଜେ ଉଡୁନଥିଲେ ବରଂ ସାରା ଗଞ୍ଜାମ ଜିଲ୍ଲାର ସମସ୍ତ ଏସ ଏଚ ଜି ମହିଳା ମାନେ ଉଡୁଥିବା ଭଳି ସେ ଅନୁଭବ କରୁଥିବା ପ୍ରକାଶ କରିଥିଲେ l ଏହାସହିତ ଶ୍ରୀମତୀ ରଥ ସିଙ୍ଗାପୁର କିଣିଆଣିଥିବା ଏକ ପେନ ବିଧାୟକଶ୍ରୀ ବେହେରା ଙ୍କୁ ଉପହାର ଭବେ ପ୍ରଦାନ କରିଥିଲେ, ଏହି ଗ୍ରସ୍ତ କରିଥିବା ରୁ ସେ ଏଥିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇଭ -ଟି ସଚିବ ଭି. କେ ପାଣ୍ଡିଆନ,ମିଶନ ଶକ୍ତି ବିଭାର ରାଜ୍ୟ ମୁଖ୍ୟ ସୁଜାତା ମ୍ୟାଡେମ ଓ ଗଞ୍ଜାମ ଜିଲ୍ଲା ପ୍ରଶାସନ କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଅର୍ପଣ କରିଥିଲେ l ଅନ୍ୟ ପଟେ ମିଶନ ଶକ୍ତି ର ଜିଲ୍ଲା ମହାସଂଘ ସମ୍ପାଦିକା ଶ୍ରୀମତୀ ରଥ ପ୍ରଥମ ଥର ପାଇଁ ସିଙ୍ଗାପୁର ଗସ୍ତ କରି ନୂଆ ନୂଆ ଅନୁଭୂତି ସାଉଁଟିଛନ୍ତି l ଏହି ସମ୍ବର୍ଦ୍ଧନା ଉତ୍ସବ ବିଜୁଜନତା ଦଳ ଛତ୍ରପୁର ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ଯୁବ ନେତା କିଶୋର ବେହେରା, ଜଗନ୍ନାଥ ପାତ୍ର, ବାନାମ୍ବର ପାତ୍ର,ପୂର୍ବତନ ଧବଳେଶ୍ୱର ପ୍ରଧାନ ଙ୍କ ସମେତ ମିଶନ ଶକ୍ତିର ମହିଳା ମାନେ ଉପସ୍ଥିତ ଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ