ମିଶନ ଶକ୍ତି ଋଣ କର୍ମଶାଳା
ହିଞ୍ଜିିିଳିକାଟୁ (ଜୁଗାବ୍ଦ ନ୍ୟୁଜ୍): ହିିଳିକାଟୁ ସମନ୍ନିତ ଶିଶୁ ବିକାଶ କାର୍ଯ୍ୟାଳୟ ପକ୍ଷରୁ ମିଶନ ଶକ୍ତ ଋଣ କର୍ମଶାଳା ସ୍ଥାନୀୟ ପଞ୍ଚାୟତ ସମିତି ସଭାକକ୍ଷ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସିଡ଼ିପିଓ ଶୁଭଶ୍ରୀ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀଙ୍କ ଡ଼ିଆରଡ଼ିଏ ପ୍ରତିନିଧି ଶରତଚନ୍ଦ୍ର ମହାପାତ୍ର ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧରଣୀଧର ଭୂୟାଁ, ଡ଼ିସିପି ସାଇ ଅଶ୍ୱତ କୁମାର, ଗୋଷ୍ଠୀ ସାମାଜିକ ନିରାପତ୍ତା ଅଧିକାରୀ ଭୀମସେନ ବାରିକ, ବିପିସି ସୁଶାନ୍ତ କୁମାର ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ ରାଜ୍ୟ ସରକାରଙ୍କ ମିଶନ ଶକ୍ତିକୁ ସମୃଦ୍ଧ ଓ ଆର୍ଥୀକ ବିକାଶ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ନିମନ୍ତେ ବ୍ୟାଙ୍କମାନଙ୍କ ଋଣ ପ୍ରଦାନ କ୍ଷେତ୍ରରେ ସହଯୋଗ କରିବା ନେଇ ଆଲୋଚନା କରାଯାଇଥିଲା । ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଜମା ଖାତାରେ ଥିବା ସଂଗୃହୀତ ଜମା ରାଶି ୪ ଗୁଣା ଅର୍ଥ ପ୍ରଦାନ କରାଯାଇ ସେମାନଙ୍କ ବାଣିଜ୍ୟ ଓ ବ୍ୟବସାୟ ଅଭିବୃଦ୍ଧି ନିମନ୍ତେ ଉପସ୍ଥିତ ଥିବା ବିଭିନ୍ନ ବ୍ୟାଙ୍କର କର୍ମଚାରୀ ଉପସ୍ଥିତ ସ୍ୱୟଂ ସାହୟିକା ଗୋଷ୍ଠୀର ମହିଳାମାନଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମକୁ ଅଙ୍ଗନୱାଡ଼ି ସୁପରଭାଇଜର ବନଜା ବେହେରା, ସାରଦା ଶତପଥୀ, ବାସନ୍ତି ଦେବୀ, ସୋନାଲି ବେହେରା, ଜେ. ଲକ୍ଷ୍ମୀ, କିରଣବାଳା ପଣ୍ଡା, ଗିତାଂଜଳି ପାଢି, ରିତାଂଜଳି ତ୍ରିପାଠି ପ୍ରମୂଖ ପରିଚାଳନାରେ ସହଯୋଗ କରିଥିଲେ । ଆୟୋଜିତ କର୍ମଶାଳାରେ ସ୍ୱୟଂ ସହାୟିକା ଗୋଷ୍ଠୀର ୪ ଶହରୁ ଊଦ୍ଧ୍ୱର୍ ମହିଳା ଉପସ୍ଥିତ ଥିଲେ ।