ମିଶନ ଶକ୍ତି ଗୃହ ଉଦଘାଟିତ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସର ରେ ପ୍ରାୟ ୭ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ମିଶନ ଶକ୍ତି ଗୃହ କୁ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ମନ୍ତ୍ରୀ ଶ୍ରୀ ଦାଶ ନବ ନିର୍ମିତ ମିଶନ ଶକ୍ତି ଗୃହ କୁ ଉଦଘାଟନ କରିବା ସମୟ ରେ ନିମାପଡ଼ା ବ୍ଲକ ଅଧ୍ୟକ୍ଷ ଶଙ୍କରଭୋଇ, ତୁଳସୀପୁର ପଞ୍ଚାୟତ ସରପଞ୍ଚ ମଞ୍ଜୁଶ୍ରୀ ଭୋଇ, ଜିଲ୍ଲାପରିଷଦ ସଭ୍ୟା
ସସ୍ମିତା ନାୟକ, ସମିତି ସଭ୍ୟା ଝରଣା ସାହୁ, ମିଶନ ଶକ୍ତି ନେତ୍ରୀ ବାସନ୍ତୀ ତ୍ରିପାଠୀ,ପଞ୍ଚାୟତ ବିଜେଡ଼ି ସଭାପତି ପ୍ରକାଶ ସାହୁ, ଅରକ୍ଷିତ ଭୋଇ, ତ୍ରିଲୋଚନ କର ଙ୍କ ସହିତ ପଞ୍ଚାୟତ ର ଶତାଧିକ ମହିଳା ମାନେ ଉପସ୍ଥିତ ଥିଲେ। ମିଶନ ଶକ୍ତି ର ମହିଳା ଓ ପଞ୍ଚାୟତ ର ଲୋକ ପ୍ରତିନିଧି ମାନେ ମନ୍ତ୍ରୀ ଙ୍କୁ ବାଣ ଫୁଟାଇ ବାଜା ବଜାଇ ଏକ ବିରାଟ ଶୋଭାଯାତ୍ରା ରେ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସର କୁ ପାଛୋଟି ଆଣିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ