ମିଶନ ଶକ୍ତି ପକ୍ଷରୁ ଋଣ ବିତରଣ ଶିବିର
ମୋହନା, (ଅଂଶୁମାନ ପଣ୍ଡା) : ଗଜପତି ଜିଲା ମୋହନା ବ୍ଲକ ପରିଶ୍ୱର ରେ ମିଶନ ଶକ୍ତି ପକ୍ଷରୁ ଋଣ ବିତରଣ ମେଳା ଅନୁଷ୍ଠିତ ହୋଇଛି ଓଡ଼ିଶା ଜୀବିକା ମିଶନ ତରଫରୁ ବ୍ଲକ ସ୍ତରୀୟ ମିଶନ ଶକ୍ତି ଋଣ ବିତରଣ ଶିବିର ଆରମ୍ବ ହୋଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପ୍ରକଳ୍ପ ନିଦେଶକ ଅନାମ ଚରଣ ପାତ୍ର ଯୋଗ ଦେଥିବା ବେଳେ ଅଲଡିଏମ୍ କିଶୋର ଚନ୍ଦ୍ର ନାୟକ, ଓଡ଼ିଶାଜୀବିକା ମିଶନ ଡ଼ିପିଏମ୍ ପ୍ରିୟମ୍ବଦା ବିଷୋଇ, ବିଡିଓ ପ୍ରଦୀପ କୁମାର ନାୟକ,ସି ଡି ପି ଓ ଲଳିତା ମଲିକ, ଉପସ୍ଥିତ ରହିଥିଲା ଅତିଥୀ ମାନଙ୍କୁ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ରେ ନୃତ୍ୟ କରାଇ ସ୍ୱାଗତ କରିଥିଲେ I ଅତିଥି ମାନଙ୍କୁ ପରେ ମହିଳା ସଙ୍ଘ ଗୁଡିକୁ ବିଭିନ ତାଲିମ ଓ ଋଣ ବିଷୟରେ କହିବା ପରେ ଆଗରୁ ମହିଳା ସଂଘ ମାନେ କିପରି ଋଣ ନେଇ ବିଭିନ କାମ କରି ଉର୍ଣ୍ଣତି ହୋଇଛନ୍ତି ସେଇ ପରି ଆଗକୁ ଅନ୍ୟ ମହିଳା ସଂଘ ମାନେ ମଧ୍ୟ ଅଗାଇବେ ବୋଲି ପ୍ରକଳ୍ପ ନିଦେଶକ କହିଥିଲେ I ଏହି ଋଣ ମେଳା ରେ୧୫୯ଜଣ ମହିଳା ସଂଘ କୁ୨କୋଟି୨୧ଲକ୍ଷ୍ୟ ଟଙ୍କା ବେଙ୍କ ପକ୍ଷରୁ ଋଣ ଦିଆଯାଇଥିବା ବେଳେ ଜୀବିକା ମିଶନ ଶକ୍ତି ପକ୍ଷରୁ୮୦ଲକ୍ଷ୍ୟ୬୫ହଜାର ଅନୁଦାନ ପ୍ରଦାନ କରାଯାଇଛି ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟାରେ ମହିଳା ଗ୍ରୁଷ୍ଠି ମାନେ ଉପସ୍ଥିତ ରହିଥିଲେ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ବି ପି ଏମ୍ ସି ଏଚ,ତେଲପତି ରାଓ ଓ କର୍ମୀମାନେ I