ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତିକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲାସ୍ତରୀୟ କାର୍ମଶାଳା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ) : ମିଶନ ଶକ୍ତି ବିଭାଗ ପକ୍ଷରୁ ଲିଙ୍ଗ ଭିତ୍ତୀକ ହିଂସାର ପରିସମାପ୍ତି ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ମଶାଳା ଆଜି ( ଗୁରୁବାର ଦିନ )ଅନୁଷ୍ଠିତ ହୋଯାଇଛି। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମିଶନ ଶକ୍ତିର ମହିଳା ମାନଙ୍କୁ ନେଇ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ଜନସାଧାରଣଙ୍କୁ ସଚେ ସଚେତନତା କରାଯାଇଥିଲା । ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀଯୁକ୍ତ ସ୍ମୃତି ରଞ୍ଜନ ପ୍ରଧାନ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ପରେ ରେ ସ୍ଥାନୀୟ ଗ୍ରା ଆତ୍ମ ଗ୍ରାମୀଣ ଆ ନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ସମ୍ମିଳନ ଳନୀ କକ୍ଷ ଠାରେ ଏକ ଦିନିକିଆ କାର୍ମଶାଳା ଅନୁଷ୍ଠିତ ହୋଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥ୍ ଭାବରେ ଡ଼.ଗୁଣନିଧୂ ନାୟକ, ମୁଖ୍ୟ ଉନ୍ନୟନ ଅଧୂକାରୀ ଜିଲ୍ଲାପ ଲ୍ଲାପରିଷଦ ଗଜପତି ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥୂ ଭାବରେ ଜିଲ୍ଲା ଆଇନ ସେବା ପ୍ରାଧୂକରଣ ଅଧୂକାରୀ ଶ୍ରୀ ରବିନରଣ ବେହେରା, ମିଶନ ଶକ୍ତି ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଟିମନ ବରା ଡ଼ା.ସନ୍ଧ୍ୟା ରାଣୀ ସାହୁ , ଜିଲ୍ଲା ମୁଖ୍ୟ ଚିକିତ୍ସା କାର୍ଯ୍ୟାଳୟ ପାରଳାଖେମୁଣ୍ଡି ଜିଲ୍ଲା ସାମାଜିକ ସୁରକ୍ଷା ପ୍ରୋଗ୍ରାମ ଅଫିସର ଶ୍ରୀମତୀ କେ.ସୁନୀତା ପ୍ରମୁଖ ଯୋଗ ଦେଇ ବିଭିନ୍ନ ଯୋଜନା ବିଷୟରେଆଲୋଚନା କରି ସଚେତନତା କରାଯାଇଥିଲା । ଏହି ଅବସରରେ ମିଶନ ଶକ୍ତି ବିଭାଗରୁ ଓଡ଼ିଶା ଜୀବିକା ମିଶନ ସ୍ଵଂୟ ସହାୟକ ଗୋଷ୍ଠୀ ମାନଙ୍କର ଏକ ବିସ୍ତୃତ ସମୂହ ମହିଳା ମାନଙ୍କର ଆର୍ଥିକ ସଶକ୍ତିକରଣ ଦିଗରେ ଓଡ଼ିଶା ଜୀବିକା ମିଶନ ଦୀର୍ଘ ଦିନ ଧରି କାର୍ଯ୍ୟ କରିଆସୁଛି କିନ୍ତୁ ଜଣେ ମହିଳା କୁ ଆମେ ସମ୍ପୂର୍ଣ ସଶକୁ କହିପାରିବା ଯେବେ ସେ ନିଜର ସାମ୍ବିଧାନିକ ଅଧୂକାର ଏବଂ ବିଭିନ୍ନ ସୁରକ୍ଷା ଆଇନ ବିଷୟରେ ଅବଗତ ହୋଇ ଏକ ଅନ୍ୟାୟ ଏବଂ ହିଂସା ମୁକୁ ଜୀବନ ବଞ୍ଚି ପାରିବ। ଏଣୁ ଜାତୀୟ ସ୍ତରରେ ନଭେମ୍ବର ମାସ ୨୫ ତାରିଖ ଠାରୁ ଲିଙ୍ଗ ଆଧାରିତ ହିଂସା ର ପାରିସମପ୍ତି ନିମନ୍ତେ ଏକ ଅଭିଯାନ ( ନୂଆ ପରିବର୍ତ୍ତନର ଆରମ୍ଭ) ନାମରେ ଚେତନା ଶୁଭାରମ୍ଭ ହୋଇଛି ଏହି ଅଭିଯାନ ଡିସେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଜିଲ୍ଲାର ସମସ୍ତ ବ୍ଲକ , ପଞ୍ଚାୟତ ମହାସଂଘ ଆଞ୍ଚଳିକ ମଞ୍ଚ ଏବଂ ସ୍ବୟଂ ସହାୟକ ଗୋଷ୍ଠୀର ମାଆ ମାନଙ୍କ ପର୍ଯ୍ୟନ୍ତ କିପରି ଏହି ଅଭିଯାନ କୁ ପହଞ୍ଚାଇ ପାରିବା ତାହା ଆମ ସମସ୍ତଙ୍କ ଦାୟିତ୍ବ। ଏଥ୍ ସହିତ ସମାଜରେ ମହିଳା ମାନଙ୍କ ଉପରେ ବଢୁଥିବା ହିଂସା , ବିରୁଦ୍ଧରେ ଉଚିତ୍ ପଦକ୍ଷେପ ନେବା ଏବଂ ସେମାନଙ୍କୁ ବିଭିନ୍ନ ସୁରକ୍ଷା ଆଇନ୍ ଓଅଧୂକାର ଦିଗରେ ସଚେତନ କରିବା ନିମନ୍ତେ Gender Intervention program / ସ୍ବୟଂ କାର୍ଯ୍ୟକ୍ରମ ପିସିଆଇ ଅନୁଷ୍ଠାନ ର ବୈଷୟିକ ସହାୟତା ରେ ଗଜପତି ଜିଲ୍ଲା ର ୪ଟି ବ୍ଲକ ଯଥା ଗୁମ୍ଫା , ରାୟଗଡ଼, ନୂଆଗଡ ଏବଂ ରା.ଉଦୟଗିରି ବ୍ଲକର ସମସ୍ତ ଗ୍ରାମ ପଞ୍ଚାୟତରେ କାର୍ଯ୍ୟ କରାଯାଉଛି। ଏହି କାର୍ଯକ୍ରମ ମଧ୍ଯମରେ ପଞ୍ଚାୟତ ସ୍ତରୀୟ ମହାସଂଘ ଦ୍ବାରା ଗ୍ରାମୀଣ ମହିଳା ପରାମର୍ଶ କେନ୍ଦ୍ର ବା ପ୍ରେରଣା କେନ୍ଦ୍ରମାନ ଗଠନ କରାଯାଇଛି ଯାହାକି ଜଣେ ତାଲିମ ପ୍ରାପ୍ତ ପରାମର୍ଶଦାତ୍ରୀ (Gender CRP) ଙ୍କ ଦ୍ବାରା ପରିଚାଳିତ ହେଉଛି। ସେହି ପଞ୍ଚାୟତ ର ମହିଳା ମାନଙ୍କୁ ପ୍ରେରଣା କେନ୍ଦ୍ର ରେ ବିଭିନ୍ନ ପ୍ରକାରର ହିଂସା ରୁ ସୁରକ୍ଷା ପାଇବା ନିମନ୍ତେ ଉପାୟ ଏବଂ ସରକାରୀ ଯୋଜନା ସମ୍ବନ୍ଧ ରେ ପରାମର୍ଶ ଯୋଗାଇ ଦିଆଯାଉଛି। ସାପ୍ତାହିକ ୨ ଦିନ ଏବଂ ଅନ୍ୟ ଦିନରେ ଟେଲିଫୋନ ଯୋଗେ ପ୍ରେରଣା କେନ୍ଦ୍ର ସହିତ ମହିଳା ମାନେ ଯୋଗ ଯୋଗ କରିଥାନ୍ତି। ସ୍ବ-ଶିକ୍ଷା କାର୍ଯକ୍ରମ ମାଧ୍ଯମରେ ସଂୟ ସହାୟକ ଗୋଷ୍ଠୀର ମହିଳା ମାନଙ୍କୁ ୪ ଗୋଟି ପରିମାପର ୧୩ ଗୋଟି ବିଷୟ ଉପରେ ତାଲିମ ଯୋଗାଇ ଦିଆଯାଉଛି। ଏହି କାର୍ଯ୍ୟକ୍ରମରେ ଓଏଲ୍ମର ଶିବାନୀ ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିଭିନ୍ନ ବିଭାଗର ଅଧୂକାରୀ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ପ୍ରମୁଖ ଉପସ୍ଥିତ ଥିଲେ ।