ମିଶନ ଶକ୍ତି ସ୍କୁଟର ଯୋଜନା ଶୁଭାରମ୍ଭ

ଛତ୍ରପୁର, (ଦେବଦତ୍ତ ମହାରଣା):ରାଜ୍ୟ ସରକାରଙ୍କ ମିଶନ ଶକ୍ତି ସ୍କୁଟର ଯୋଜନାର ଆଜି ଶୁଭରାମ୍ଭ ହୋଇଛି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପନାୟକ ଏହି ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନାରେ ସ୍ୱୟଂ ସହୟାକ ଗୋଷ୍ଠୀର ମହିଳାମାନଙ୍କୁ ସ୍କୁଟର କିଣିବା ପାଇଁ ଋଣ ଦେବେ ରାଜ୍ୟ ସରକାର । ଏହି ଯୋଜନା ମାଆଙ୍କ ଗତିକୁ ଶକ୍ତିଶାଳି କରିଛି । ସଶକ୍ତ ହେବେ ମହିଳା ସଶକ୍ତ ହେବ ଓଡିଶା । ଓଡିଶା ପାଇଁ ମାଆ ମାନେ ନୂଆ ଗତି,ଶକ୍ତି ଓ ପ୍ରଗତି ଆଣିଛନ୍ତି । ଏହି ଅବସରରେ ଗଞ୍ଜାମ ଜିଲାରେ ମଧ୍ୟ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ଜିଲାକୁ ୫୨୧୨ ଆବେଦନ ଆସିଥିବା ବେଳେ ୧୫୧୦ ଜଣକୁ ବ୍ୟାଙ୍କ ଋଣ ଦେବାକୁ ଅନୁମୋଦିତ କରିଥିବା ବେଳେ ୧୦୧୩ଜଣ ହିତାଧିକାରୀଙ୍କୁ ସ୍କୁଟର ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମରେ ଆସିକା ସାସଂଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାସଂଦ ଚନ୍ଦ୍ର ଶେଖର ସାହୁ, ଜିଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ୱାଇଁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା,ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା,ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟ,ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା ପ୍ରମୁଖ ଉପସ୍ଥିତ ରହି ପତକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଆଗାମି ଦିନରେ ଜିଲାକୁ ଆସିଥିବା ଆବେଦନ ପତ୍ର ର ସମସ୍ତଙ୍କୁ ଋଣ ପ୍ରଦାନ କରାଯାଇ ସ୍କୁଟର ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଓଡିଶା ଜୀବିକା ମିଶନ ର ଜିଲ୍ଲା ସଂଯୋଜକ ନବୀନ ସେନାପତି, ମିଶନ ଶକ୍ତି ର ଜିଲ୍ଲା ସଂଯୋଜକ ସାସ୍ୱତ କୁମାର ସାହୁ ଙ୍କ ସମେତ ମିଶନଶକ୍ତିର ମହିଳା ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ