ମିଶାଇଲ୍‌ ଆକ୍ରମଣ: ୟେମେନ୍‌ରେ ୭୦ ସୈନ୍ୟ ନିହତ

ମାସ୍କଟ୍‌ : ୟେମେନ୍‌ରେ ଏକ ମିଶାଇଲ୍‌ ଆକ୍ରମଣର ୭୦ ଜଣ ସୈନ୍ୟ ପ୍ରାଣ ହରାଇଛନ୍ତି । ୟେମେନ୍‌ର ମାରିବ୍‌ରେ ରବିବାର ଏକ ବାଲିଷ୍ଟିକ୍‌ ମିଶାଇଲ୍ ଆକ୍ରମଣ ହୋଇଛି। ଏଥିରେ ୭୦ ଜଣ ସୈନ୍ୟଙ୍କ ପ୍ରାଣହାନି ସହିତ ୨୦ରୁ ଅଧିକ ସୈନ୍ୟ ଆହତ ହୋଇଛନ୍ତି । ମାରିବ୍‌ରେ ରହିଥିବା ଅଲ୍‌ ଏଷ୍ଟିକ୍‌ବାଲ୍‌ ମସ୍‌ଜିଦ୍‌ ନିକଟସ୍ଥ ସେନା ବେସ୍‌ ଉପରେ ଆକ୍ରମଣ ହୋଇଥିବା ନେଇ ୟେମେନ୍‌ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଏହି ଆକ୍ରମଣ ପାଇଁ ଇରାନ୍‌ ହାଉଥି ବିଦ୍ରୋହୀ ଗୋଷ୍ଠୀଙ୍କୁ ୟେମେନ୍‌ ସରକାରଙ୍କ ପକ୍ଷରୁ ଦାୟୀ କରାଯାଇଛି । ଏହି ଆକ୍ରମଣକୁ ନିନ୍ଦା କରାଯିବା ସହିତ ପ୍ରତିଆକ୍ରମଣର ଧମକ ଦେଇଛନ୍ତି ୟେମେନ୍‌ ରାଷ୍ଟ୍ରପତି ଅବ୍‌ଦୁଲ୍‌ ରବ୍ବୁ ମନସୁର୍‌ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ